କନକ ବ୍ୟୁରୋ: ପୁରୀ ସଦର ବାଟ ଗାଁ ରାଉତ ସାହିରେ ବାଣ ବିସ୍ପୋରଣ । ବାଣ ବିସ୍ପୋରଣରେ ଦୁଇ ନାବାଳକ ସହ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ୩ ଆହତଙ୍କୁ ପ୍ରଥମେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ସ୍ଥାନାନ୍ତରିତ କରାଯାଇଛି । ମିଳିଥିବା ସୂଚନା ମୁତାବକ, ଆହତ ବୁଲା ନିଜ ଘରେ ବାଣ ବିକୁଥିବା ବେଳେ ଏହି ବିସ୍ଫୋରଣ ହୋଇଛି । ବାଣ କିଣିବାକୁ ଯାଇଥିବା ସଞ୍ଜୟ ଜେନା ମଧ୍ୟ ଗୁରୁତର ଆହତ ହୋଇଛନ୍ତି ।
ସେହିଭଳି ଆଲୋକର ପର୍ବ ଦୀପାବଳି ପାଳନ ଭିତରେ ଅନେକ ଅଘଟଣ ଖବର ସାମ୍ନାକୁ ଆସୁଛି । ବାଣ ନିଆଁ ପଡି ଯଜ୍ଞ ମଣ୍ଡପ ଜଳି ପାଉଁଶ ହୋଇ ଯାଇଛି । ବାଲିଅନ୍ତା ବ୍ଲକ ଜାଗେଶ୍ୱରୀ ମନ୍ଦିର ସମ୍ମୁଖରେ ଥିବା ଯଜ୍ଞ ମଣ୍ଡପ ତୁଳିରେ ବାଣ ପଡି ଯାଇଥିଲା । ଫଳରେ ଯଜ୍ଞ ବେଦୀରେ ନିଆଁ ଲାଗି ସମ୍ପୂର୍ଣ୍ଣ ମଣ୍ଡପ ଜଳି ଯାଇଥିଲା । ବାଲିପାଟଣା ଅଗ୍ନିଶମ ବାହିନୀ ପହଁଞ୍ଚି ନିଆଁକୁ ଆୟତ୍ତ ପାଇଁ ଚେଷ୍ଟା ଜାରି ରଖିଛି ।
ସେପଟେ ଦୀପାବଳିରେ ରାୟଗଡାରେ ଘଟିଛି ଅଘଟଣ । ବାଣ ନିଆଁରେ ଜଳିଗଲା ପୂରା ଦୋକାନ । ରାଜ୍ୟ ରାଜପଥ ନିକଟ ଜଗନ୍ନାଥ ମନ୍ଦିର ସାହିରେ ଥିବା ସନ୍ତୋଷ ବେହେରାଙ୍କ ପାନ ଦୋକାନରେ ଖୋଲା ପେଟ୍ରୋଲ ବିକ୍ରି ସମୟରେ ଏଭଳି ଅଘଟଣ ହୋଇଛି । ବାଣ ନିଆଁ ପଡି ପୂରା ଦୋକାନ ଜଳି ଯାଇଛି । ଦୋକାନରେ ଥିବା ସମସ୍ତ ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି । ଘଟଣାସ୍ଥଳରେ ରାୟଗଡା ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2024/10/31/UowkQaM6C7WjSORaWQLT.jpg)