ଟ୍ରକକୁ ପିଟିଲା ବସ୍ , ହେଲ୍ପର ସହ ୬ ଆହତ; କଟକ ତେଲେଙ୍ଗାପେଣ୍ଠରେ ସଡ଼କ ଦୁର୍ଘଟଣା

କଟକ ତେଲେଙ୍ଗାପେଣ୍ଠରେ ସଡ଼କ ଦୁର୍ଘଟଣା । ସକାଳୁ ସକାଳୁ ଟ୍ରକ୍‌କୁ ପଛପଟୁ ଧକ୍କାଦେଲା ବସ୍‌ । ହେଲପର ସମେତ ୬ ଆହତ । ହଠାତ୍ ଟ୍ରକ୍‌ ବ୍ରେକ୍ ମାରିବାରୁ ଦୁର୍ଘଟଣା ଘଟିଥିବା ସୂଚନା ।

16telenhapentha

କନକ ବ୍ୟୁରୋ:  କଟକ ତେଲେଙ୍ଗାପେଣ୍ଠରେ ବଡ଼ ଧରଣର ସଡ଼କ ଦୁର୍ଘଟଣା । ଟ୍ରକକୁ ପଛପଟୁ ଧକ୍କା ଦେଲା ବସ୍ । ଭୋର ୫ଟା ୪୦ରେ କଟକ-ଭୁବନେଶ୍ୱର ମୁଖ୍ୟ ରାସ୍ତାରେ ଏହି ଦୁର୍ଘଟଣା ଘଟିଛି । ବସଟି ଫୁଲବାଣୀରୁ କଟକ ଯାଉଥିବା ବେଳେ ଆଗରେ ଯାଉଥିବା ଟ୍ରକ୍‌ଟି ହଠାତ୍ ବ୍ରେକ୍ ମାରିବାରୁ ଦୁର୍ଘଟଣା ଘଟିଥିବା କୁହାଯାଉଛି । ଦୁର୍ଘଟଣାରେ ହେଲପରଙ୍କ ସମେତ ୬ ଜଣ ଆହତ ହୋଇଛନ୍ତି । ଡ୍ରାଇଭରଙ୍କ ଅବସ୍ଥା ଗୁରୁତର ରହିଛି । ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe