କନକ ବ୍ୟୁରୋ: ଯାତ୍ରୀ ଭର୍ତ୍ତି ଏକ ରୋଡୱେଜ୍ ବସ୍ ଉପରେ ପଡ଼ିଲା ବଡ଼ ଗଛ । ଉତ୍ତରପ୍ରଦେଶର ବାରାବଙ୍କିରେ ପ୍ରବଳ ବର୍ଷା ମଧ୍ୟରେ ଏହି ବଡ଼ ଦୁର୍ଘଟଣା ଘଟିଛି   ଏହି ଦୁର୍ଘଟଣାରେ ପାଞ୍ଚ ଜଣଙ୍କର ଦୁଃଖଦ ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ଦୁଇଜଣଙ୍କ ଅବସ୍ଥା ଗୁରୁତର ବୋଲି କୁହାଯାଉଛି । ଗଛ ପଡ଼ିବା ପରେ ରାସ୍ତାରେ ଲମ୍ବା ଟ୍ରାଫିକ୍ ଜାମ୍ ହୋଇଥିଲା । ପୁଲିସ-ପ୍ରଶାସନ ଘଟଣାସ୍ଥଳକୁ ଯାଇ ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲେ ଏବଂ ରାସ୍ତା ସଫା କରିଥିଲେ 

Advertisment

ଏହି ସମୟରେ ଲୋକମାନେ ବସ୍‌ରେ ଫସି ରହିଥିବା ଜଣେ ମହିଳା ଯାତ୍ରୀଙ୍କର ଭିଡିଓ ରେକର୍ଡ କରିବା ଆରମ୍ଭ କରିଥିଲେ । ଏହା ଦେଖି ସେ କହିଥିଲେ- 'ଏଠାରେ ଜୀବନ ଏବଂ ମୃତ୍ୟୁର ସହ ଆମେ ଲଢ଼ୁଛୁ, ଆଉ ତୁମେ ମାନେ ଭିଡିଓ ରେକର୍ଡ କରୁଛ । ଯଦି ତୁମେ ଆସି ଗଛର ଡାଳ ହଟାଇବାରେ ସାହାଯ୍ୟ କରିଥାନ୍ତ, ତେବେ ଆମେ ବାହାରକୁ ଆସିପାରିଥାନ୍ତୁ ।' 

ସୂଚନା ଅନୁଯାୟୀ, ବାରାବଙ୍କି-ହାଇଦରଗଡ଼ ରାସ୍ତାରେ ଥିବା ହରଖ ରାଜା ବଜାର ନିକଟରେ ଏହି ଦୁର୍ଘଟଣା ଘଟିଥିଲା । ଯାତ୍ରୀ ଭର୍ତ୍ତି ଏକ ବସ୍ ହାଇଦରଗଡ଼ ଯାଉଥିବା ବେଳେ ଏକ ଗଛ ତା' ଉପରେ ପଡ଼ିଯାଇଥିଲା । ଏହା ପରେ ଲୋକମାନେ ଜୀବନ ବଞ୍ଚାଇବା ପାଇଁ ବସ୍‌ର ଝରକାରୁ ଡେଇଁବା ଆରମ୍ଭ କରିଥିଲେ । ପୁଲିସ-ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲକୁ ପଠାଇଥିଲେ, ଯେଉଁଠାରେ ପାଞ୍ଚ ଜଣଙ୍କ ମୃତ୍ୟୁ ନିଶ୍ଚିତ କରାଯାଇଛି । ମୃତକଙ୍କ ମଧ୍ୟରେ ଚାଳକ ଓ ୪ଜଣ ମହିଳା ଥିବା ସାମ୍ନାକୁ ଆସିଛି ।