କନକ ବ୍ୟୁରୋ:  ଲସ୍କରକୁ ବଡ଼ ଝଟ୍‌କା । ପାକିସ୍ତାନର ହାଫିଜ୍ ସୟିଦ୍‌ର ଘନିଷ୍ଠ ଆତଙ୍କବାଦୀ ଆବୁ କତାଲକୁ ହତ୍ୟା। ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ ଆବୁ କତାଲକୁ ଗତକାଲି ରାତି ପାଖାପାଖି ୮ଟା ସମୟରେ ହତ୍ୟା କରାଯାଇଛି । ଭାରତର ଅନେକ ଆକ୍ରମଣରେ ଆବୁ କତାଲର ହାତ ରହିଥିଲା। ଏନ୍‌ଆଇଏ ଆବୁକୁ ମୋଷ୍ଟ ୱାଣ୍ଟେଡ୍ ଘୋଷଣା କରିଥିଲା । ଆର୍ମୀ ସମେତ ସମସ୍ତ ସୁରକ୍ଷା ଏଜେନ୍ସି ପାଇଁ ଆବୁ କତାଲ ମୁଣ୍ଡବ୍ୟଥାର କାରଣ ଥିଲା । ଆତଙ୍କବାଦୀ ଆବୁ କତାଲ ହାଫିଜ୍ ସୟିଦ୍‌ର ଅତ୍ୟନ୍ତ ଘନିଷ୍ଠ ଥିଲା । ହାଫିଜ୍ ସୟିଦ୍‌ ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ଥିଲା । 

Advertisment

୨୬/୧୧ ମୁମ୍ବାଇ ଆକ୍ରମଣରେ ୧୬୬ ଜଣଙ୍କ ମୃତ୍ୟୁ ହୋଇଥିଲା ।  ୨୦୦୮ ମସିହା ନଭେମ୍ବର ୨୬ ତାରିଖ.. ଯେଉଁଦିନ ଥରି ଉଠିଥିଲା ମାୟା ନଗରୀ । ପାକିସ୍ତାନର ଲସ୍କର-ଏ-ତୈୟବାର ୧୦ ଆତଙ୍କବାଦୀ ମୁମ୍ବାଇ ଉପରେ କରିଥିଲେ ଆକ୍ରମଣ ଏବଂ ୪ ଦିନ ଧରି ଗୁଳିମାଡ଼ ବ୍ୟତୀତ ଅନେକ ସ୍ଥାନରେ ବିସ୍ଫୋରଣ କରିଥିଲେ । ଏହି ଆକ୍ରମଣରେ ୧୬୦ରୁ ଅଧିକ ଲୋକ ପ୍ରାଣ ହରାଇଥିବାବେଳେ ୬୦୦ରୁ ଅଧିକ ଲୋକ ଆହତ ହୋଇଥିଲେ ।