କନକ ବ୍ୟୁରୋ : ଫିଲ୍ମ ଷ୍ଟାଇଲରେ ଜେଲରୁ ଚମ୍ପଟ ମାରିଥିଲେ। ଫିଲ୍ମ ଷ୍ଟାଇଲରେ ମଠରୁ ଧରାପଡିଲେ । କୁହଯାଏ ଆଇନର ହାତ ବେଶ ଲମ୍ବା। ଦୋଷୀ ଯେଉଁଠି ବି ଛକିଲେ ଆଇନର ହାତ ଦୋଷୀ ପାଖରେ ପହଞ୍ଚିଥାଏ। ଠିକ୍ ସମାନ ଘଟଣା ଘଟିଛି ଚୌଦ୍ବାର ଜେଲରୁ ଫେରାର କଏଦୀଙ୍କ କ୍ଷେତ୍ରରେ । ୪ ମାସର କସରତ ପରେ ଚମ୍ପଟ ମାରିଥିବା କଏଦୀଙ୍କ ମଧ୍ୟରୁ ଜଣକୁ ଧରିବାରେ ସଫଳ ହୋଇଛି ଓଡ଼ିଶା ପୁଲିସ। 

Advertisment

ଚୌଦ୍ବାର ଜେଲରୁ ଚମ୍ପଟ କଏଦୀ ମଧୁକାନ୍ତ କୁମାରକୁ ଏପେଟେ ଖୋଜୁଥିଲା ଓଡ଼ିଶା ପୁଲିସ୍।  ସେପଟେ ବେଶ ବଦଳାଇ ଉତ୍ତରପ୍ରଦେଶର ବୃନ୍ଦାବନ ଏକ ମଠରେ ଲୁଚିଥିଲା ଧ୍ରୁତ । ହେଲେ, ଆଇନର ପଞ୍ଝାରୁ ଖସି ପାରିନି। ଦୀର୍ଘ ମାସର ଟ୍ରାକ୍‌ ଓ ସଠିକ୍ ଗୁଇନ୍ଦା ସୂଚନା ପାଇବା ପରେ ଫିଲ୍ମ ଷ୍ଟାଇଲରେ ମଧୁକାନ୍ତଙ୍କୁ ମଠରୁ ଗିରଫ କରିଛି କମିଶନରେଟ୍ ପୁଲିସ। 

ଅଧିକ ପଢ଼ନ୍ତୁ :  ଚୌଦ୍ବାର ଘଟଣା ଚାପିବାକୁ କାହାର ଚାପ?  ତିନି ମାସ ପରେ ବି କାହିଁକି ଚୁପ୍ ଜେଲ୍‌ ବିଭାଗ?

୩ ଅକ୍ଟୋବର ୨୦୨୫। ଜେଲ କୋଠରୀର ରଡ୍ କାଟି , କମ୍ବଳ ଓ ଚାଦରକୁ ଦଉଡି କରି ଚୌଦ୍ବାର ଜେଲର ପାଚେରୀ ଡେଇଁ ଚମ୍ପଟ ମାରିଥିଲେ ୨ କୁଖ୍ୟାତ ବିହାରୀ ଡକାୟତ ମଧୁକାନ୍ତା  ଓ ରାଜା। ପାଣିକୋଇଲିରେ ଅଳଙ୍କାର ଲୁଟ୍ ଘଟଣାରେ ଏମାନଙ୍କୁ ଗିରଫ କରିଥିଲା ପୁଲିସ। ପରେ ଚୌଦ୍ବାର ଜେଲ ଏମାନଙ୍କର ନୂଆ ଠିକଣା ପାଲଟିଥିଲା। ହେଲେ ଗିରଫ ହେବାର ମାସ କେଇଟା ଭିତରେ ଜେଲ ଭିତରୁ ଫେରାର ହେବାର ପ୍ଲଟ ରଚିଥିଲେ ଏହି ୨ ଡକାୟତ। ଫେରାର ହେବା ପରେ ଚୌଦ୍ବାର ଜେଲର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ଛିଡା ହୋଇଥିଲା। ଏପରିକି ଦୀର୍ଘ ଦିନ କଏଦୀଙ୍କୁ ଧରି ନ ପାରି ଅପବାଦର ବୋଝ ମୁଣ୍ଡାଇଥିଲା ପୁଲିସ। ଏବେ ମଧୁକାନ୍ତଙ୍କୁ ସହାୟତାରେ ଅନ୍ୟ ଚମ୍ପଟ କଏଦୀ ରାଜା ସାହାଣୀ ବିଷୟରେ ପୁଲିସ ତଥ୍ୟ ସଂଗ୍ରହ କରୁଛି। ଚମ୍ପଟ କଏଦୀ ଧରାପଡିବା ପରେ ଚୌଦ୍ବାର ଜେଲର ଅନେକ ଗୁମର ଖୋଲିବ ବୋଲି କୁହାଯାଉଛି।