ଚାକିରି କରାଇଦେବା ଆଳରେ କୋଟିଏ ଠକେଇ, ଅଭିଯୁକ୍ତକୁ ବାନ୍ଧିଲା କ୍ରାଇମବ୍ରାଞ୍ଚ୍

ବିଦେଶରେ ଚାକିରି କରାଇଦେବା ନାଁରେ ଠକେଇ । ଅଭିଯୁକ୍ତ ବିଷ୍ଣୁ ପ୍ରସାଦକୁ ଗିରଫ କଲା କ୍ରାଇମବ୍ରାଞ୍ଚ୍‌ ।  ଜାଲ ଅଫର ଲେଟର ଓ ନିଯୁକ୍ତି ପତ୍ର ବିଦେଶୀ ବିମାନ କମ୍ପାନିରେ ଚାକିରି ପ୍ରଲୋଭନ ଦେଇ ଠକି ନେଇଥିଲା ୧ କୋଟି ୫ ଲକ୍ଷ ।

ଅଦ୍ୟତନ ହୋଇଛି
05-fraud

କନକ ବ୍ୟୁରୋ: ଚାକିରି କରାଇଦେବାକୁ କହି ଲୁଟିନେଲେ କୋଟିକୋଟି ଟଙ୍କା ।  ବିଦେଶରେ ଉଚ୍ଚ ଦରମା ଚାକିରି ଦେବାର ମିଛ ପ୍ରତିଶ୍ରୁତି ଦେଇ ଲୋକଙ୍କୁ ଚୂନ ଲଗାଇଥିବା ଅଭିଯୁକ୍ତକୁ ଗିରଫ କରିଛି ପୁଲିସ । ଅଭିଯୁକ୍ତ ବିଷ୍ଣୁ ପ୍ରସାଦ ପଟ୍ଟନାୟକ ଓରଫ ବିରଞ୍ଚି ନାରାୟଣ ପଟ୍ଟନାୟକ ନାମକ ଜଣେ ଠକକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ ବାସିନ୍ଦା ବିଷ୍ଣୁ ପ୍ରସାଦ ବିଭିନ୍ନ ଲୋକଙ୍କୁ ଠକି ପ୍ରାୟ ୧ କୋଟି ୫ ଲକ୍ଷ ଟଙ୍କା ଲୁଟି ନେଇଥିବା ହୋଇଛି ଅଭିଯୋଗ । ବିଦେଶ ବିମାନ କମ୍ପାନିରେ ଚାକିରି କରାଇବାକୁ କହି ବିଭିନ୍ନ ନକଲି କାଗଜପତ୍ର ତିଆରି କରୁଥିଲା ଅଭିଯୁକ୍ତ । 

ଅଫର ଲେଟରରୁ ନେଇ ନିଯୁକ୍ତି ପତ୍ର ପର୍ଯ୍ୟନ୍ତ ନକଲି ତିଆରି କରି ପ୍ରଲୋଭନ ଦେଖାଇ ଟଙ୍କା ଠକି ନେଇଥିଲା । ଏହା ବ୍ୟତୀତ ବିଷମକଟକ ଥାନା ମାମଲାରେ ମଧ୍ୟ ଅଭିଯୁକ୍ତ ଫେରାର ଥିବା ଅବସ୍ଥାରେ ଚାର୍ଜସିଟ ଦାଖଲ ହୋଇଥିଲା । ବିଷ୍ଣୁ ପ୍ରସାଦ ନିଜକୁ ଡାକ୍ତର, ପ୍ରଫେସର, ଇଞ୍ଜିନିୟର ଇତ୍ୟାଦି ଭାବେ ପରିଚୟ ଦେଇ ଲୋକଙ୍କୁ ଠକେଇ କରୁଥିଲା । ଏହାସହ ସେ ନିଜ ପରିଚୟ ଲୁଚାଇବା ପାଇଁ ଜାଲ ଠିକଣା ପ୍ରମାଣପତ୍ର, ଡ୍ରାଇଭିଂ ଲାଇସେନ୍ସ ଆଦି ତିଆରି କରିଥିଲେ । ତଦନ୍ତ ଚାଲିଥିବା ବେଳେ ଅଭିଯୁକ୍ତ କାମ୍ବୋଡିଆକୁ ପଳାଇଥିଲେ ଏବଂ ଦ୍ୱିତୀୟ ପାସପୋର୍ଟ ତିଆରି କରି ନିଜ ପରିଚୟ ଲୁଚାଇଥିଲେ । ୨୦୧୯ ଜାନୁଆରି ୧୭ରେ ତାଙ୍କ ବିରୁଦ୍ଧରେ ଲୁକ୍ ଆଉଟ୍‌ ସର୍କୁଲାର ଜାରି ହୋଇଥିଲା, ଯାହା ୨୦୨୦ରେ ମଧ୍ୟ ଜାରି ରହିଥିଲା । ତାଙ୍କ ବିରୁଦ୍ଧରେ ରାୟଗଡ଼ା ଜିଲ୍ଲା ସହ ବିଶାଖାପାଟଣା, ବ୍ରହ୍ମପୁର, ଭୁବନେଶ୍ୱର ଓ ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ପ୍ରତାରଣା ଅଭିଯୋଗ ରହିଛି । ୨୦୨୫ ମଇ ମାସରେ ସେ ଭାରତକୁ ଫେରିଥିବାବେଳେ ସିଆଇଡି କ୍ରାଇମବ୍ରାଞ୍ଚ ଟିମ୍ ତାଙ୍କ ଉପରେ ନଜର ରଖିଥିଲା । ଅଭିଯୁକ୍ତ ବିଷ୍ଣୁକୁ ଭୁବନେଶ୍ୱରରୁ ଗିରଫ କରିଥିଲା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe