ରାଜ୍ୟରୁ ନିଖୋଜ ପ୍ରାୟ ୪୦ ହଜାର ଝିଅ: ଟେର ପାଉନି ଓଡ଼ିଶା ପୋଲିସ

Advertisment

ଓଡ଼ିଶାରେ ଅସୁରକ୍ଷିତ ମହିଳା । ୭ ବର୍ଷରେ ରାଜ୍ୟରୁ ନିଖୋଜ ହୋଇଛନ୍ତି ପ୍ରାୟ ୪୦ ହଜାର ଝିଅ। ମହିଳା ଓ ଶିଶୁ ବିଭାଗ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ପରାମର୍ଶ ବୈଠକରେ ଗର୍ଜିଲେ ଉପମୁଖ୍ୟମନ୍ତ୍ର ପ୍ରଭାତୀ ପରିଡ଼ା । କହିଛନ୍ତି ପ୍ରଚଳିତ କୋହଳ ନିୟମ ଯୋଗୁଁ ରୋକାଯାଇ ପାରିନି ଶିଶୁ ଚାଲାଣ ।

ଓଡ଼ିଶାରେ ଅସୁରକ୍ଷିତ ମହିଳା । ୭ ବର୍ଷରେ ରାଜ୍ୟରୁ ନିଖୋଜ ହୋଇଛନ୍ତି ପ୍ରାୟ ୪୦ ହଜାର ଝିଅ। ମହିଳା ଓ ଶିଶୁ ବିଭାଗ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ପରାମର୍ଶ ବୈଠକରେ ଗର୍ଜିଲେ ଉପମୁଖ୍ୟମନ୍ତ୍ର ପ୍ରଭାତୀ ପରିଡ଼ା । କହିଛନ୍ତି ପ୍ରଚଳିତ କୋହଳ ନିୟମ ଯୋଗୁଁ ରୋକାଯାଇ ପାରିନି ଶିଶୁ ଚାଲାଣ ।

wdwssc

କନକ ବ୍ୟୁରୋ: ଓଡ଼ିଶାରେ ଅସୁରକ୍ଷିତ ମହିଳା। ୭ ବର୍ଷରେ ରାଜ୍ୟରୁ ନିଖୋଜ ହୋଇଛନ୍ତି ପ୍ରାୟ ୪୦ ହଜାର ଝିଅ। ମହିଳା ଓ ଶିଶୁ ବିଭାଗ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ପରାମର୍ଶ ବୈଠକରେ ଗର୍ଜିଲେ ଉପମୁଖ୍ୟମନ୍ତ୍ର ପ୍ରଭାତୀ ପରିଡ଼ା । କହିଛନ୍ତି ପ୍ରଚଳିତ କୋହଳ ନିମ ଯୋଗୁଁ ରୋକାଯାଇ ପାରିନି ଶିଶୁ ଚାଲାଣ। ଆବଶ୍ୟକ ପଡ଼ିଲେ ପୂର୍ବ ସରକାରଙ୍କ ଅମଳରେ ହୋଇଥିବା ନିୟମର ସଂଶୋଧନ କରି ଅଣାଯିବ କଠୋର ଆଇନ୍। 

ଚାକିରି ଦେବା ନାଁରେ ହେଉ କି ବିବାହ ଆଳରେ। ଦାଣ୍ତ ଅଗଣାରୁ ଅପହରଣଠାରୁ ଆରମ୍ଭ କରି, ବାପା ମାଆଙ୍କୁ ଲୋଭ ଦେଖାଇ ଝିଅଙ୍କୁ ନେଇ ଯାଉଛନ୍ତି ଦଲାଲ । ନିଖୋଜ ହେଉଛନ୍ତି ଲକ୍ଷ ଲକ୍ଷ ଝିଅ। ଆଉ ଏମାନଙ୍କ ଭିତରୁ ଅନେକଙ୍କ ଖୋଜ ଖବର ମିଳୁନି । ଏନସିଆରବି ରିପୋର୍ଟ ଅନୁସାରେ ୨୦୨୨ ମଧ୍ୟରେ ୧ ଲକ୍ଷ ୨ ହଜାର ୩୧୮  ଝିଅ ନିଖୋଜ ଅଛନ୍ତି । ୬୩ ହଜାର ୫୧୩ ଜଣଙ୍କୁ ଖୋଜି ପାଇବାରେ ସକ୍ଷମ ହୋଇଥିବା ବେଳେ ଏବେ ବି ୩୮ ହଜାର୨୧୫ ଝିଅଙ୍କର କୈାଣସି ଖବର ନାହିଁ। ଏହାରି ଭିତରେ ୫୯୦ ଜଣ ଝିଅଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରୁ ଜଣାପଡ଼ିଛି। 

ପରୋକ୍ଷରେ ପୂର୍ବ ସରକାରକୁ ଉପମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟ 
ପୋଲିସର ଖାମଖିଆଲି ମନୋଭାବ ନେଇ ବର୍ଷିଲେ
କୋହଳ ନିୟମ କାରଣରୁ ଡରୁ ନଥିଲେ ଅପରାଧି । ପ୍ରଚଳିତ ନିୟମ ଆଧାରରେ ଆମେ ଶିଶୁ ଚାଲାଣ ରୋକିବାରେ ଅସମର୍ଥ ହୋଇଛେ ବୋଲି ଖୋଲା ମଞ୍ଚରେ କହିଛନ୍ତି ଉପମୁଖ୍ୟମନ୍ତ୍ରୀ। ଏଥିସହ ପୋଲିସର ଖାମଖିଆଲି ମନୋଭାବ ଏହା ପଛର ପ୍ରମୁଖ କାରଣ ବୋଲି କହିଛନ୍ତି ପ୍ରଭାତୀ ପରିଡ଼ା। ତେଣୁ ଆବଶ୍ୟକ ପଡ଼ିଲେ କଡ଼ା ନିୟମ ସହ ଆଇନରେ ସଂଶୋଧନ କରାଯିବା ନେଇ ସେ ପ୍ରତିଶ୍ରୁତି ଦେଇଛନ୍ତି । ଏଥିସହ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି -  

ଏକ ଟୋଲଫ୍ରି ନମ୍ବରର ବ୍ୟବସ୍ଥା କରାଯାଇପାରିବ
ଯାହା ଦ୍ୱାରା ନିଖୋଜ ଝିଅଙ୍କ ଖବର ଦେବେ ପରିବାର ଲୋକ
ପିଲାଚୋରୀର ଲକ୍ଷଣ ନେଇ ଲୋକଙ୍କୁ ସଚେତନ କରାଯିବା ଜରୁରୀ
ଗ୍ରାମ ସଭାରେ ଚର୍ଚ୍ଚା ଓ ଅଙ୍ଗନବାଡ଼ି କର୍ମୀଙ୍କ ଦ୍ୱାରା ସଚେତନ କରାଇବା 

ଉଦବେଗର ବିଷୟ ହେଉଛି, ମହିଳାଙ୍କ ବିରୋଧରେ ହେଉଥିବା ସାଇବର ଅପରାଧ ଓ ଝିଅଙ୍କ ଅଶ୍ଲିଳ ଭିଡ଼ିଓ ଦେଖିବାରେ ଓଡ଼ିଶା ଆଗରେ । ଆଉ ଏହାରି ଭିତରେ ଝିଅ ଚାଲଣ ରୋକିବା ବର୍ତ୍ତମାନର ସରକାରଙ୍କ ନିକଟରେ ଏକ ବଡ଼ ଆହ୍ୱାନ ହୋଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe