୮ ପାଳିରେ ୫ ଡକ୍‌ ତଥାପି ଅଭିଷେକ ୧ନଂ ବ୍ୟାଟର୍‌: ଶୀର୍ଷ ୧୦ରେ ଈଶାନ

Advertisment

ଅଭିଷେକ ଶର୍ମା ବୁଧବାର ପ୍ରକାଶିତ ଆଇସିସି ଟ୍ବେଣ୍ଟି-୨୦ ବ୍ୟାଟିଂ ମାନ୍ୟତାର ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି । ନେଦରଲାଣ୍ଡ୍‌ସ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଗତ ୭ ମ୍ୟାଚ୍‌ରେ ୪ ଥର ଡକ୍‌ରେ ଆଉଟ୍‌‌ ହୋଇଥିଲେ ମଧ୍ୟ ତାଙ୍କ ମାନ୍ୟତାରେ କୌଣସି ଅବନତି ହୋଇନି । ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଏହି ବାମହାତୀ ବ୍ୟାଟର୍‌ ନେଦରଲାଣ୍ଡ୍‌ସ ମ୍ୟାଚ୍‌ ସହ ମୋଟ ୩ ମ୍ୟାଚ୍‌ ଖେଳି ୩ ଥର ଯାକ ରନ୍‌ କରିବା ପୂର୍ବରୁ ଆଉଟ୍‌ ହୋଇ ହ୍ୟାଟ୍ରିକ୍‌ ଡକ୍‌ ପାଇଛନ୍ତି । 

Abhishek Sharma-

କନକ ବ୍ୟୁରୋ: ଚଳିତ ବିଶ୍ବକପ୍‌ର ତିନିଟି ସହ ଗତ ୮ ମ୍ୟାଚ୍‌ରୁ ୫ଟିରେ ଖାତା ଖୋଲି ନଥିବା ଭାରତୀୟ ଓପନର୍‌ ଅଭିଷେକ ଶର୍ମା ବୁଧବାର ପ୍ରକାଶିତ ଆଇସିସି ଟ୍ବେଣ୍ଟି-୨୦ ବ୍ୟାଟିଂ ମାନ୍ୟତାର ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି । ନେଦରଲାଣ୍ଡ୍‌ସ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଗତ ୭ ମ୍ୟାଚ୍‌ରେ ୪ ଥର ଡକ୍‌ରେ ଆଉଟ୍‌‌ ହୋଇଥିଲେ ମଧ୍ୟ ତାଙ୍କ ମାନ୍ୟତାରେ କୌଣସି ଅବନତି ହୋଇନି । ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଏହି ବାମହାତୀ ବ୍ୟାଟର୍‌ ନେଦରଲାଣ୍ଡ୍‌ସ ମ୍ୟାଚ୍‌ ସହ ମୋଟ ୩ ମ୍ୟାଚ୍‌ ଖେଳି ୩ ଥର ଯାକ ରନ୍‌ କରିବା ପୂର୍ବରୁ ଆଉଟ୍‌ ହୋଇ ହ୍ୟାଟ୍ରିକ୍‌ ଡକ୍‌ ପାଇଛନ୍ତି । ଏହି ବିଶ୍ବକପ୍‌ରେ ଚମତ୍କାର ପ୍ରଦର୍ଶନ କରିଥିବା ୱିକେଟ୍‌କିପର ବ୍ୟାଟର୍‌ ଈଶାନ କିଶନ ଶୀର୍ଷ ୧୦ରେ ପ୍ରବେଶ କରିଛନ୍ତି । ଦୁଇଟି ଅର୍ଦ୍ଧଶତକ ଅର୍ଜନ କରିଥିବା ଈଶାନ ୧୭ଟି ସ୍ଥାନ ଲମ୍ଫ ଦେଇ ଅଷ୍ଟମରେ ପହଞ୍ଚିଛନ୍ତି । ତିଳକ ବର୍ମା ଗୋଟିଏ ସ୍ଥାନ ଉଠି ଚତୁର୍ଥ ଏବଂ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଷଷ୍ଠରେ ସ୍ଥିର ଅଛନ୍ତି । କାଣ୍ଡିରେ ଅଷ୍ଟ୍ରେଲିଆ ବିପକ୍ଷରେ ଶତକୀୟ ପାଳି ଖେଳିଥିବା ଶ୍ରୀଲଙ୍କାର ପଥୁମ ନିଶଙ୍କ ୩ଟି ସ୍ଥାନ ଉଠି ତୃତୀୟରେ ଅଛନ୍ତି । ବୋଲିଂରେ ମଧ୍ୟ ପୂର୍ବ ପରି ବରୁଣ ଚକ୍ରବର୍ତ୍ତୀ ଶୀର୍ଷରେ ଥିଲା ବେଳେ ଅନ୍ୟ କୌଣସି ଭାରତୀୟ ବୋଲର ଶୀର୍ଷ ୧୦ରେ ନାହାନ୍ତି । ତେବେ ଅକ୍ଷର ପଟେଲ (୧୪) ଓ ଯଶ୍‌ପ୍ରୀତ ବୁମ୍‌ରା (୧୫) ଯଥାକ୍ରମେ ୪ ଓ ୬ ସ୍ଥାନ ଉପରକୁ ଉଠିଛନ୍ତି । ଅଲ୍‌ରାଉଣ୍ଡର ତାଲିକାରେ ପାକିସ୍ତାନର ସୈମ ଆୟୁବ ଶୀର୍ଷରେ ଥିଲା ବେଳେ ଜିମ୍ବାୱେର ସିକନ୍ଦର ରାଜା ଦ୍ବିତୀୟରେ ଅଛନ୍ତି । ଭାରତର ହାର୍ଦିକ ପାଣ୍ଡ୍ୟା (ତୃତୀୟ) ଓ ଶିବମ ଦୁବେ (ନବମ) କେବଳ ଶୀର୍ଷ ୧୦ରେ ଅଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe