ଅଭିଷେକ ଶର୍ମା ଅସୁସ୍ଥ, ହସପିଟାଲ୍‌ରେ ଭର୍ତ୍ତି

Advertisment

ଭାରତ ପାଇଁ ଚିନ୍ତାର କାରଣ ହୋଇଛି ବିସ୍ଫୋରକ ବ୍ୟାଟର୍‌ ଅଭିଷେକ ଶର୍ମାଙ୍କ ସ୍ବାସ୍ଥ୍ୟବସ୍ଥା । ଜ୍ବର ଓ ପାକସ୍ତଳୀ ସଂକ୍ରମଣ କାରଣରୁ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ ଗତ ୭ ତାରିଖରେ ଭାରତର ୟୁଏସ୍‌ଏ ବିପକ୍ଷ ମ୍ୟାଚ୍‌ ସମୟରେ ବି ଅଭିଷେକ ଅସୁସ୍ଥ ଥିଲେ ।

ଭାରତ ପାଇଁ ଚିନ୍ତାର କାରଣ ହୋଇଛି ବିସ୍ଫୋରକ ବ୍ୟାଟର୍‌ ଅଭିଷେକ ଶର୍ମାଙ୍କ ସ୍ବାସ୍ଥ୍ୟବସ୍ଥା । ଜ୍ବର ଓ ପାକସ୍ତଳୀ ସଂକ୍ରମଣ କାରଣରୁ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ ଗତ ୭ ତାରିଖରେ ଭାରତର ୟୁଏସ୍‌ଏ ବିପକ୍ଷ ମ୍ୟାଚ୍‌ ସମୟରେ ବି ଅଭିଷେକ ଅସୁସ୍ଥ ଥିଲେ ।

Abhishek Sharma

କନକ ବ୍ୟୁରୋ: ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଭାରତ ନିଜର ଦ୍ବିତୀୟ ମ୍ୟାଚ୍‌ରେ ଆସନ୍ତା ଗୁରୁବାର ନାମିବ୍ୟାକୁ ଭେଟିବାକୁ ଥିବାବେଳେ ୧୫ ତାରିଖରେ ବହୁଚର୍ଚ୍ଚିତ ଭାରତ-ପାକିସ୍ତାନ ମ୍ୟାଚ୍‌ ହେବ । ତେବେ ଏହା ପୂର୍ବରୁ ଭାରତ ପାଇଁ ଚିନ୍ତାର କାରଣ ହୋଇଛି ବିସ୍ଫୋରକ ବ୍ୟାଟର୍‌ ଅଭିଷେକ ଶର୍ମାଙ୍କ ସ୍ବାସ୍ଥ୍ୟବସ୍ଥା । ଜ୍ବର ଓ ପାକସ୍ତଳୀ ସଂକ୍ରମଣ କାରଣରୁ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ ଗତ ୭ ତାରିଖରେ ଭାରତର ୟୁଏସ୍‌ଏ ବିପକ୍ଷ ମ୍ୟାଚ୍‌ ସମୟରେ ବି ଅଭିଷେକ ଅସୁସ୍ଥ ଥିଲେ । ଏହା ସତ୍ତ୍ବେ ସେ ବ୍ୟାଟିଂ କରିଥିଲେ, କିନ୍ତୁ ଫିଲଡିଂ ପାଇଁ ପଡ଼ିଆକୁ ଓହ୍ଲାଇନଥିଲେ ।  ତାଙ୍କ ସ୍ଥାନରେ ସଂଜୁ ସାମସନ୍‌ ଫିଲଡିଂ କରିଥିଲେ ।  ତେବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଆହୁରି ବିଗିଡ଼ିବାରୁ ସେ ମଙ୍ଗଳବାର ଅଭ୍ୟାସ ମଧ୍ୟ କରିନଥିଲେ । ପରେ ତାଙ୍କ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଅସୁସ୍ଥ ଥିବାରୁ ସେ ନାମିବ୍ୟା ବିପକ୍ଷ ମ୍ୟାଚ୍‌ ନ ଖେଳିବାର ସମ୍ଭାବନା ରହିଛି । ତାଙ୍କ ସ୍ଥାନରେ ସଂଜୁ ସାମସନଙ୍କୁ ଦଳରେ ସାମିଲ କରାଯାଇପାରେ । 

ଏହା ବି ପଢ଼ନ୍ତୁ: ଭାରତ-ନାମିବ୍ୟା ବିଶ୍ୱକପ୍‌ ମୁକାବିଲା ଗୁରୁବାର; ୱାଙ୍ଖଡ଼େ ସଂଘର୍ଷ ପରେ କୋଟ୍‌ଲା କମାଲ ଆଶା

ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଆହତ ଜନିତ ସମସ୍ୟା ଭାରତୀୟ ଦଳର ମୁଣ୍ଡବ୍ୟଥା ବଢାଇଦେଇଛି । ପ୍ରଥମେ ଓ୍ବାସିଂଟନ ସୁନ୍ଦର, ତାପରେ ହର୍ଷିତ ରାଣା ଓ ଯଶପ୍ରୀତ ବୁମରା ଏବଂ ଏବେ ବ୍ୟାଟିଂରେ ଭାରତୀୟ ଦଳର ମୁଖ୍ୟ ଅସ୍ତ୍ର ଅଭିଷେକ ଅସୁସ୍ଥ ହେବା ଭାରତ ପାଇଁ ସମସ୍ୟା ସୃଷ୍ଟି କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe