ବିଶ୍ୱ ଲିଜେଣ୍ଡ୍‌ସ କ୍ରିକେଟ୍‌ରେ ଖେଳିବେ ଓଡ଼ିଆ ପୁଅ ଅଭିଷେକ

Advertisment

ବିଶ୍ୱ ଲିଜେଣ୍ଡସ କ୍ରିକେଟ୍‌ରେ ଖେଳିବାକୁ ନେଇ ବେଶ ଉତ୍ସାହିତ ଅଛନ୍ତି ୩୮ ବର୍ଷୀୟ ଅଭିଷେକ । ସମ୍ପ୍ରତି ନାସିକ୍‌ରେ ରହୁଥିବା ଅଭି‌‌ଷେକ ଏହି ପ୍ରତିନିଧିକଙ୍କ ସହ କଥା ହେବା‌ବେଳେ ଶିଖର ଧାୱନଙ୍କ ଦଳରୁ ଖେଳିବାକୁ ନେଇ ବ୍ୟଗ୍ର ଓ ଉଲ୍ଲସିତ ଥିବା ପ୍ରକାଶ କରିଥିଲେ । ‘ଲିଜେଣ୍ଡ୍‌ସ ଲିଗ୍ ମୋ ପାଇଁ ଏକ ଅପ୍ରତ୍ୟାଶିତ ସୁଯୋଗ ଆଣି ଦେଇଛି । ଅବସର ପରେ କିଛି ଦିନ ବିଶ୍ରାମ ନେବାକୁ ଯୋଜନା କରୁଥିଲି ।

ବିଶ୍ୱ ଲିଜେଣ୍ଡସ କ୍ରିକେଟ୍‌ରେ ଖେଳିବାକୁ ନେଇ ବେଶ ଉତ୍ସାହିତ ଅଛନ୍ତି ୩୮ ବର୍ଷୀୟ ଅଭିଷେକ । ସମ୍ପ୍ରତି ନାସିକ୍‌ରେ ରହୁଥିବା ଅଭି‌‌ଷେକ ଏହି ପ୍ରତିନିଧିକଙ୍କ ସହ କଥା ହେବା‌ବେଳେ ଶିଖର ଧାୱନଙ୍କ ଦଳରୁ ଖେଳିବାକୁ ନେଇ ବ୍ୟଗ୍ର ଓ ଉଲ୍ଲସିତ ଥିବା ପ୍ରକାଶ କରିଥିଲେ । ‘ଲିଜେଣ୍ଡ୍‌ସ ଲିଗ୍ ମୋ ପାଇଁ ଏକ ଅପ୍ରତ୍ୟାଶିତ ସୁଯୋଗ ଆଣି ଦେଇଛି । ଅବସର ପରେ କିଛି ଦିନ ବିଶ୍ରାମ ନେବାକୁ ଯୋଜନା କରୁଥିଲି ।

Abhishek Rout

କନକ ବ୍ୟୁରୋ: ଅବସର ପରେ ବି ଫୁରସତ ପାଇବେ ନାହିଁ ରାଜ୍ୟ କ୍ରିକେଟର୍‌ ଅନ୍ୟତମ ଅଗ୍ରଣୀ ଖେଳାଳି ଅଭିଷେକ ରାଉତ । ଓଡ଼ିଶା ରଣଜୀ ଦଳର ପୂର୍ବତନ ଅଲ୍‌ରାଉଣ୍ଡର୍‌ ତଥା ଓଡ଼ିଶା ସୀମିତ ଓଭର ଦଳର ଏହି ପୂର୍ବତନ ଅଧିନାୟକ ଖୁବ ଶୀଘ୍ର ପୁଣି କ୍ରିକେଟ୍‌ ଆକ୍ସନରେ ଦେଖିବାକୁ ମିଳିବେ । ଗୋଆର ‘୧୯୧୯ ସ୍ପୋର୍ଟଜ୍‌ ଷ୍ଟାଡିୟମ୍‌’ରେ ଚଳିତ ଜାନୁଆରି ୨୬ରୁ ଫେବ୍ରୁଆରି ୪ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ବିଶ୍ୱ ଲିଜେଣ୍ଡ୍‌ସ ପ୍ରୋ' ଟି-୨୦ କ୍ରିକେଟ୍‌ ପ୍ରତିଯୋଗିତାରେ ଖେଳି‌ବାକୁ ଯାଉଛନ୍ତି ଏହି ଅଲ୍‌ରାଉଣ୍ଡର୍ । ଆଇପିଏଲ୍‌ରେ ପ୍ରତିନିଧିତ୍ବ କରିଥିବା ବିରଳ ଓଡ଼ିଆଙ୍କ କ୍ଲବ୍‌ର ଏହି ଆଦ୍ୟ ସଦସ୍ୟ ଖେଳିବେ ବିଶ୍ୱ ଲିଜେଣ୍ଡ୍‌ସ ପ୍ରୋ' ଟି୨୦ରେ ଖେଳିବେ ଦୁବାଇ ରୟାଲ୍ସ ଦଳରୁ । ଭାରତୀୟ ଦିନିକିଆ ଦଳର ପୂର୍ବତନ ଅଧିନାୟକ ତଥା ଓପନର୍‌ ଶିଖର ଧାୱନ ଏହି ଦଳର ନେତୃତ୍ବ ନେଉଛନ୍ତି । କେନ୍ଦୁଝର ମାଟିର ପୁଅ ଅଭିଷେକ ଲିଜେଣ୍ଡସ ଲିଗ୍‌ରେ ଖେଳିବାରେ ପ୍ରଥମ ଓଡ଼ିଆ ବି ହେବାକୁ ଯାଉଛନ୍ତି । ଏହି ଖବର ଓଡ଼ିଶା କ୍ରିକେଟ୍‌କୁ ବି ନୂଆ ଶିଖରକୁ ନେବ ବୋଲି ବିଶ୍ୱାସ କରାଯାଉଛି । ଉତ୍ସାହିତ ଅଛନ୍ତି ଅଭିଷେକ । 

Legends League

ବିଶ୍ୱ ଲିଜେଣ୍ଡସ କ୍ରିକେଟ୍‌ରେ ଖେଳିବାକୁ ନେଇ ବେଶ ଉତ୍ସାହିତ ଅଛନ୍ତି ୩୮ ବର୍ଷୀୟ ଅଭିଷେକ । ସମ୍ପ୍ରତି ନାସିକ୍‌ରେ ରହୁଥିବା ଅଭି‌‌ଷେକ ଏହି ପ୍ରତିନିଧିକଙ୍କ ସହ କଥା ହେବା‌ବେଳେ ଶିଖର ଧାୱନଙ୍କ ଦଳରୁ ଖେଳିବାକୁ ନେଇ ବ୍ୟଗ୍ର ଓ ଉଲ୍ଲସିତ ଥିବା ପ୍ରକାଶ କରିଥିଲେ । ‘ଲିଜେଣ୍ଡ୍‌ସ ଲିଗ୍ ମୋ ପାଇଁ ଏକ ଅପ୍ରତ୍ୟାଶିତ ସୁଯୋଗ ଆଣି ଦେଇଛି । ଅବସର ପରେ କିଛି ଦିନ ବିଶ୍ରାମ ନେବାକୁ ଯୋଜନା କରୁଥିଲି । ଏଭଳି ନିମନ୍ତ୍ରଣ ପାଇବା ମୋ କ୍ୟାରିୟରରେ ନୂଆ ଜୀବନ ଭରିଛି । ଏହାକୁ ନେଇ ମୁଁ ବଡ଼ ଉତ୍ସାହିତ ଓ ଉଲ୍ଲସିତ ରହିଛି । ବହୁ ବଡ଼ ବଡ଼ ଖେଳାଳି ଏହି ପ୍ରତିଯୋଗିତାରେ ଖେଳିବାକୁ ଯାଉଛନ୍ତି । ଖୁସି ଲାଗୁଛି ଯେ ମୁଁ ସୁରେଶ ରାଇନା, ୟୁସୁଫ ପଠାନ, କ୍ରିସ୍ ଗେଲ୍‌, କିରଣ ପୋଲାର୍ଡ, ଦିନେଶ କାର୍ତିକ, ତିସାରା ପେରୋ, ସେନ୍‌ ୱାଟସନ୍‌, ଡେଲ୍‌ ଷ୍ଟେନ୍‌, ସନ୍‌ ମାର୍ସ, ଅମିତ ମିଶ୍ରାଙ୍କ ଭଳି ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଖେଳାଳିଙ୍କ ସହ ଖେଳିବାର ସୁଯୋଗ ପାଇବି । ଏହା ମୋତେ ଭବିଷ୍ୟତରେ କ୍ରିକେଟ୍‌ ସହ ଯୋଡ଼ି ହୋଇ ରହିବାକୁ ବଡ଼ ମଞ୍ଚ ବି ପ୍ରଦାନ କରିବ’ ବୋଲି ପ୍ରକାଶ କରିଛନ୍ତି ଅଭିଷେକ । ଭବିଷ୍ୟତରେ ବିଶ୍ୱର ଅନ୍ୟ ଟ୍ବେଣ୍ଟି-୨୦ ଲିଗ୍‌ରେ ଖେଳିବାକୁ ମଧ୍ୟ ଏହା ମୋତେ ବାଟ କଢ଼ାଇବ ବୋଲି ବିଶ୍ୱାସ ରଖିଛି ବୋଲି କହିଥିଲେ ୨୦୦୯ରେ ଆଇପିଏଲ୍‌ରେ ସେନ୍ ୱର୍ଣ୍ଣଙ୍କ ନେତୃତ୍ବାଧିନ ରାଜସ୍ଥାନ ରୟାଲ୍ସର ପ୍ରତିନିଧିତ୍ବ କରିଥିଲେ ଅଭିଷେକ।

ଏହା ବି ପଢ଼ନ୍ତୁ: ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ପୁଷ୍ପକୁମାରଙ୍କ ୧୦୦୦ ୱିକେଟ୍‌

ଅଭିଷେକଙ୍କ ଖେଳ ଜୀବନ

ଦୀର୍ଘ ଦୁଇ ଦଶନ୍ଧିର ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ଘରୋଇ କ୍ରିକେଟ୍‌ ଜୀବନ ପରେ ଚଳିତ ମାସରେ ଅବସର ଘୋଷଣା କରିଥିଲେ ଅଭିଷେକ । କେନ୍ଦୁଝର ଘସିପୁରାର ଭାଜପା ନେତା ସନ୍ତୋଷ ରାଉତଙ୍କ ସୁପୁତ୍ର ଅଭିଷେକଙ୍କ କ୍ରିକେଟ୍‌ ଜୀବନ କିନ୍ତୁ ଓଡ଼ିଶାରୁ ଆରମ୍ଭ ହୋଇନଥିଲା । ୨୦୦୫ରେ ସେ ମହାରାଷ୍ଟ୍ର ପକ୍ଷରୁ ରଣଜୀ ଟ୍ରଫିରେ ପ୍ରତିନିଧିତ୍ବ କରିବା ପରେ ୨୦୦୯ରେ ଆଇପିଏଲ୍‌ ଖେଳି ଚର୍ଚ୍ଚାକୁ ଆସିଥିଲେ । ମହାରାଷ୍ଟ୍ର ପରେ ସେ ଗୋଆ ଓ ଓଡ଼ିଶା ପକ୍ଷରୁ ମଧ୍ୟ ରଣଜୀ ଟ୍ରଫି ଖେଳିଥିଲେ । ୨୦୨୨-୨୩ ଋତୁରେ ସେ ମଧ୍ୟ ଓଡ଼ିଶା ବିଜୟ ହଜାରେ ଟ୍ରଫି ଏବଂ ସୟଦ ମୁସ୍ତାକ ଅଲୀ ଟ୍ରଫି ଦଳର ନେତୃତ୍ବ ନେଇଥିଲେ । ଅଭିଷେକ ତାଙ୍କ ୨୦ ବ‌ର୍ଷର କ୍ରିକେଟ୍‌ ଯାତ୍ରାରେ ୨୬ଟି ପ୍ରଥମ ଶ୍ରେଣୀ ମ୍ୟାଚ୍‌ରୁ ଗୋଟିଏ ଶତକ, ୬ ଅର୍ଦ୍ଧଶତକ ସହିତ ୩୦.୫୬ ହାରାହାରିରେ ୧୧୩୧ ରନ୍‌ ସଂଗ୍ରହ କରିଛନ୍ତି । ସୀମିତ ଓଭରରେ ସେ ୫୫ ଲିଷ୍ଟ୍‌ ‘ଏ’ ମ୍ୟାଚ୍‌ରୁ ୪ ଅର୍ଦ୍ଧଶତକ ସହିତ ୧୦୬୬ ରନ୍ ଏବଂ ୬୬ ଟ୍ବେଣ୍ଟି-୨୦ ମ୍ୟାଚ୍‌ରୁ ଗୋଟିଏ ଅର୍ଦ୍ଧଶତକ ସହିତ ୭୨୧ ରନ୍‌ ସଂଗ୍ରହ କରିଛନ୍ତି । ମିଳିତ ଭାବେ ଏହି ୩ ଫର୍ମାଟରେ ସେ ନିଜ ଲେଗ୍‌ବ୍ରେକ୍‌ ଗୁଗ୍‌ଲିରେ ୯୨ ୱିକେଟ୍‌ ବି ଅକ୍ତିଆର କରିଥିଲେ । ‘ଓଡ଼ିଶା ଦଳ ସହ ମୋର ବହୁ ମଧୁର ସମ୍ପର୍କ ରହିଛି ।‌ ନିଜ ରାଜ୍ୟ ପାଇଁ ରଣଜୀ ଟ୍ରଫିରେ କ୍ବାର୍ଟରଫାଇନାଲ୍‌ ଖେଳିବାର ଅନୁଭୁତି ମୋ ସହ ଅନେକ ଦିନ ରହିବ । ଭବିଷ୍ୟତରେ ମଧ୍ୟ ଓଡ଼ିଶା ଦଳକୁ ପ୍ରଶିକ୍ଷଣ ଦେବାକୁ ସ୍ବପ୍ନ ଦେଖିଛି’ ବୋଲି କହିଥିଲେ ଅଭିଷେକ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe