ଅଭିନବ ରଚିଲେ ଆଉ ଏକ ଇତିହାସ

Advertisment

ଏକତା, ନିରନ୍ତରତା ଓ ମାନବିକ ଆଶା, ଆକାଂକ୍ଷାର ମିଳିତ ବାର୍ତ୍ତା ବହନ କରୁଥିବା ଶୀତକାଳୀନ ଅଲିମ୍ପିକ୍ସର ମଶାଲ ଧରିବା ମୋ ପାଇଁ ଗର୍ବ ଓ ସମ୍ମାନର ବିଷୟ। ବିନ୍ଦ୍ରା ମଧ୍ୟ ଝିପିଝିପି ବର୍ଷାରେ ସେ ମଶାଲ ଧରି ଦୌଡ଼ୁଥିବାର କିଛି ଫଟୋ ପ୍ରକାଶ କରିଛନ୍ତି।

ଏକତା, ନିରନ୍ତରତା ଓ ମାନବିକ ଆଶା, ଆକାଂକ୍ଷାର ମିଳିତ ବାର୍ତ୍ତା ବହନ କରୁଥିବା ଶୀତକାଳୀନ ଅଲିମ୍ପିକ୍ସର ମଶାଲ ଧରିବା ମୋ ପାଇଁ ଗର୍ବ ଓ ସମ୍ମାନର ବିଷୟ। ବିନ୍ଦ୍ରା ମଧ୍ୟ ଝିପିଝିପି ବର୍ଷାରେ ସେ ମଶାଲ ଧରି ଦୌଡ଼ୁଥିବାର କିଛି ଫଟୋ ପ୍ରକାଶ କରିଛନ୍ତି।

ABHINAB

ABHINAB Photograph: (KANAK NEWS)

କନକ ବ୍ୟୁରୋ: ଅଲିମ୍ପିକ୍ସରେ ଭାରତର ପ୍ରଥମ ବ୍ୟକ୍ତିଗତ ସ୍ବର୍ଣ୍ଣ ବିଜେତା ତଥା ମହାନ ସୁଟର ଅଭିନବ ବିନ୍ଦ୍ରା ଆଉ ଏକ ନୂଆ ରେକର୍ଡର ଅଧିକାରୀ ହୋଇଛନ୍ତି। ଇଟାଲିର ମିଲାନ ଓ କୋର୍ଟିନା ଡି’ ଆମ୍ପିଜୋଠାରେ ଚଳିତ ଫେବ୍ରୁଆରି ୬ରୁ ୨୨ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଶୀକାଳୀନ ଅଲିମ୍ପିକ୍ସରେ ସେ ଅନ୍ୟତମ ମଶାଲଧାରୀ ହୋଇ ଦେଶ ପାଇଁ ଗର୍ବ ଓ ଗୌବର ଆଣିଛନ୍ତି। ଏଭଳି ସମ୍ମାନ ଲାଭ କରିଥିବା ବିଶ୍ବର ହାତଗଣତି ଖେଳାଳି ମଧ୍ୟରେ ସାମିଲ ହୋଇଥିବାରୁ ବ୍ୟକ୍ତିଗତ ଭାବେ ସେ ମଧ୍ୟ ବେଶ୍‌ ଖୁସି ଓ ଉଲ୍ଲସିତ ଅଛନ୍ତି। ମଶାଲ ଧରିବାର ଅତୁଳନୀୟ ଅଭିଜ୍ଞତାକୁ ସାମାଜିକ ଗଣମାଧ୍ୟମ ଲେଖା ମାଧ୍ୟମରେ ପରିପ୍ରକାଶ କରିଛନ୍ତି ସେ। 

ଆହୁରି ପଢ଼ନ୍ତୁ... ଏଫ୍‌ଆଇଏଚ୍‌ ପ୍ରୋଲିଗ୍‌ ଦଳରେ ୫ ଓଡ଼ିଆ: ଭାରତ ସହ ମୁକାବିଲା କରିବେ ଆର୍ଜେଣ୍ଟିନା ଓ ବେଲ୍‌ଜିୟମ୍‌

ଲେଖିଛନ୍ତି, ଏକତା, ନିରନ୍ତରତା ଓ ମାନବିକ ଆଶା, ଆକାଂକ୍ଷାର ମିଳିତ ବାର୍ତ୍ତା ବହନ କରୁଥିବା ଶୀତକାଳୀନ ଅଲିମ୍ପିକ୍ସର ମଶାଲ ଧରିବା ମୋ ପାଇଁ ଗର୍ବ ଓ ସମ୍ମାନର ବିଷୟ। ବିନ୍ଦ୍ରା ମଧ୍ୟ ଝିପିଝିପି ବର୍ଷାରେ ସେ ମଶାଲ ଧରି ଦୌଡ଼ୁଥିବାର କିଛି ଫଟୋ ପ୍ରକାଶ କରିଛନ୍ତି। ୨୦୦୮ ବେଜିଂ ଅଲିମ୍ପିକ୍ସର ୧୦ ମିଟର ଏୟାର ରାଇଫଲ୍‌ରେ ସ୍ବର୍ଣ୍ଣ ପଦକ ଜିତିଥିବା ବିନ୍ଦ୍ରା ଶୀତକାଳୀନ ଅଲିମ୍ପିକ୍ସର ମଶାଲଧାରୀ ହେବା ଲାଗି ଗତବର୍ଷ ଅକ୍ଟୋବର ମାସରେ ମନୋନୀତ ହୋଇଥିଲେ। ସେ ମଧ୍ୟ ପ୍ୟାରିସ୍‌ରେ ଆୟୋଜିତ ୨୦୨୪ ଅଲିମ୍ପିକ୍ସର ଅନ୍ୟତମ ମଶାଲଧାରୀ ଥିଲେ। ସୂଚନା‌ଯୋଗ୍ୟ ଯେ ଶୀତକାଳୀନ ଅଲିମ୍ପିକ୍ସ ଚତୁର୍ଥ ଥର ଲାଗି ଇଟାଲୀରେ ଆୟୋଜିତ ହେଉଛି। ଏହି କ୍ରୀଡ଼ା ମହାକୁମ୍ଭରେ ୧୬ଟି ଖେଳର ୧୧୬ ପଦକ ପାଇଁ ପ୍ରତିଦ୍ବନ୍ଦ୍ବିତା ହେବ। ଭାରତର ମାତ୍ର ଦୁଇ ଜଣ ପ୍ରତିଯୋଗୀ ଏଥିରେ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe