କନକ ବ୍ୟୁରୋ: ବିଶ୍ବବିଜୟୀଙ୍କ ସହ ଅଭିମନ୍ୟୁଙ୍କର ଚାଲୁଥିଲା ବୁଦ୍ଧି କଷାକଷି । ଏହାକୁ ଦେଖୁଥିଲେ ବିଶ୍ବର ଏକାଧିକ ଗ୍ରାଣ୍ଡମାଷ୍ଟର । ଚାଲୁଥିଲା ଗୋଟି, ସମସ୍ତଙ୍କ ଆଖି ଥିଲା ଦୁଇ ଖେଳାଳିଙ୍କ ବୋର୍ଡ ଉପରେ । ଏଭଳି ତଥ୍ୟ ଦେଖିବାକୁ ମିଳିଥିଲା ଉଜବେକିସ୍ତାନ ସମରକନ୍ଦରେ ଚାଲିଥିବା 2025 FIDE ଗ୍ରାଣ୍ଡ ସ୍ବିସରେ । ଦୀର୍ଘ ସମୟର ବୁଦ୍ଧି ଖଟାଇବା ପରେ ହାର ମାନିଥିଷଲ ବିଶ୍ବବିଜୟୀ ଗୁକେଶ୍  ଦୋମାରାଜୁ ।  ବିଜୟୀ ହୋଇଥିଲେ ଅଭିମନ୍ୟୁ ମିଶ୍ରା ।

Advertisment

ଚେସ୍ ଦୁନିଆରେ ଏବେ ଖୁବ୍ ଚର୍ଚ୍ଚା ସାଉଁଟୁଛନ୍ତି ଅଭିମନ୍ୟୁ । ମାତ୍ର ୧୬ ବର୍ଷରେ ବିଶ୍ବବିଜୟୀ ଗୁକେଶଙ୍କୁ ହରାଇ କରିଛନ୍ତି ରେକର୍ଡ । 2025 FIDE ଗ୍ରାଣ୍ଡ ସ୍ବିସରେ ଅଭିମନ୍ୟୁଙ୍କ ଗୋଟି ଚାଳନା ଦେଖିବାର ଥିଲା ।  ଗୁକେଶଙ୍କ ସହ ତାଙ୍କ ଖେଳ ୫ଟି ରାଉଣ୍ଡ ଯାଏଁ ଚାଲିଥିଲା , ୬୧ ଚାଲ୍ ପରେ ଗୁକେଶଙ୍କ ଉପରେ ଭାରିପଡ଼ିଥିଲେ ଅଭିମନ୍ୟୁ । ଏହାସହ ସବୁଠୁ କମ୍ ବୟସରେ ବିଶ୍ବବିଗୟୀଙ୍କୁ ହରାଇବାର ପରିଚୟ ସୃଷ୍ଟି କରିଥିଲେ  ଅଭିମନ୍ୟୁ ।

ଆମେରିକା ନ୍ୟୁଜର୍ସିରେ ୨୦୦୯ ଫେବୃଆରି ୫ ତାରିଖରେ ଜନ୍ମ ହୋଇଥିଲେ ଅଭିମନ୍ୟୁ ମିଶ୍ରା । ମାତ୍ର ଦେଢ଼ବର୍ଷରେ ତାଙ୍କ ହାତକୁ ଆସିଲା ଚେସ୍ ଗୋଟି । କୁନି ବୟସରେ ବାପା କହିଥିଲେ ଚେସ୍ କାହାଣୀ ।୨୦୨୧ରେ ମାତ୍ର ୧୨ ବର୍ଷରେ ଅଭିମନ୍ୟୁ ବନିଥିଲେ ସବୁଠାରୁ ସାନ ଚେସ୍ ଗ୍ରାଣ୍ଡମାଷ୍ଟର । ଏହାସହ ହାସଲ କରିଥିଲେ ପରିଚୟ । ଏବେ ୱାର୍ଲ୍ଡ ଚାମ୍ପିୟନ୍ ଗୁକେସଙ୍କୁ ହରାଇବା ପରେ   ପୁଣିଥିରେ ଚର୍ଚ୍ଚାକୁ ଆସିଛନ୍ତି । ଆମେରିକାର ପ୍ରତିନିଧିତ୍ବ କରୁଥିବା ଅଭିମନ୍ୟୁ ଆମେରିକାର ସର୍ବକନିଷ୍ଠ ଗ୍ରାଣ୍ଡମାଷ୍ଟରର ରେକର୍ଡ ସୃଷ୍ଟି କରିଛନ୍ତି ।

ମାତ୍ର ୭ ବର୍ଷ ୬ ମାସ ୨୨ ଦିନରେ 2000 USCF  ରେଟିଙ୍ଗ ହାସଲ କରିଥିଲେ ଅଭିମୁନ୍ୟୁ । ଏହାସହ ସେ ଗ୍ରାଣ୍ଡମାଷ୍ଟର Awonder Liyangଙ୍କୁ ପଛରେ ପକାଇଥିଲେ । କମ୍ ବୟସରେ ରେସର ଏକାଧିକ ରେକର୍ଡ ଭାଙ୍ଗିଛନ୍ତି ଅଭିମନ୍ୟୁ । 

ଗୁକେଶଙ୍କୁ ହରାଇବା ପରେ ଅଭିମନ୍ୟୁ କହିଥିଲେ, ’ଆଗରୁ ଅନେକ ଗୋଟି ଚଳାଇଛି । ଏଥର କିନ୍ତୁ ପୂରା ଅଲଗା ଥିଲା । ମୋ ଆଗରେ ୱାର୍ଲ୍ଡ ଚାମ୍ପିୟନ ଥିଲେ । କିନ୍ତୁ ମୁଁ ନିଜକୁ ଛୋଟ ଭାବିନଥିଲା । ଅତି ସହଜ ଭାବେ ଖେଳିଥିଲି । ମୁଁ ନିଜକୁ ତାଙ୍କ ସମକକ୍ଷ ଭାବି ଖେଳିଥିଲି’ ।  ଅଭିମନ୍ୟୁଙ୍କ ଆତ୍ମବିଶ୍ବାସର ଏଇ କଥାପଦକ ସମସ୍ତଙ୍କ ମନକୁ ଛୁଇଁଥିଲା’ ।