କନକ ବ୍ୟୁରୋ : ଅଭିଜିତ ମଜୁମଦାର…ଓଡିଆ ସଙ୍ଗୀତ ଜଗତର ମେଲୋଡି କିଙ୍ଗ୍ । ସଙ୍ଗୀତରେ ଶ୍ରୋତାଙ୍କୁ ବାନ୍ଧି ରଖିବାର କଳା ସେ ବେଶ୍ ଜାଣନ୍ତି । ତାଙ୍କ ଗୀତ ବାଜିଲେ ଝୁମନ୍ତି ଦର୍ଶକ ଆଉ ଅନେକଙ୍କ ଆଖିରୁ ଲୁହ ବି ଝରେ । ସଙ୍ଗୀତରେ ସମସ୍ତଙ୍କୁ ମତୁଆଲା କରୁଥିବା ଅଭିଜିତ ଦା’ଙ୍କର ଏବେ ସୁଧୁରୁଛି ସ୍ବାସ୍ଥ୍ୟାବସ୍ଥା । ସଙ୍କଟାପନ୍ନ ଅବସ୍ଥାରେ ଭୁବନେଶ୍ୱର ଏମ୍ସରେ ଚାଲିଥିଲା ଗାୟକଙ୍କ ଚିକିତ୍ସା । ନିମୋନିଆ,ଲିଭର ଜନିତ ରୋଗରେ ପୀଡ଼ିତ ଅଛନ୍ତି ସଙ୍ଗୀତଜ୍ଞ । ତେବେ ବର୍ତ୍ତମାନ ତାଙ୍କୁ ଆଇସିୟୁର ସାଧାରଣ ୱାର୍ଡକୁ ସ୍ଥାନାନ୍ତର କରାଯାଇଛି । ଏମ୍ସର ମେଡିସିନ ୱାର୍ଡରେ ଚାଲିଛି ତାଙ୍କର ଚିକିତ୍ସା ।
ଗତ କିଛି ଦିନ ହେବ ଲିଭର ସିରୋସିସରେ ପୀଡ଼ିତ ଅଛନ୍ତି ଅଭିଜିତ । ଏଥିପାଇଁ ଚିକିତ୍ସା ବି ଚାଲିଥିଲା । ସମୟ ଗଡ଼ିବା ସହ ଏବେ ଅନ୍ୟ ସମସ୍ୟା ବି ବଢୁଥିବା କଥା ଡାକ୍ତରୀ ଦଳ କହିଥିଲେ । ଅଭିନେତା ବାବୁସାନ ମହାନ୍ତି ଏମ୍ସରେ ପହଞ୍ଚି ତାଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିଥିଲେ । ଆଶୁ ଆରୋଗ୍ୟ ପାଇଁ ପ୍ରାର୍ଥନା କରିବାକୁ ନିବେଦନ ମଧ୍ୟ କରିଥିଲେ ବାବୁସାନ । ଓଡ଼ିଆ ଫିଲ୍ମ ଜଗତର ବ୍ୟକ୍ତି ବିଶେଷ ଏମ୍ସ ଯାଇ ଅଭିଜିତ ମଜୁମଦାରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝିଥିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ କିଛି ରାଜନେତା ନିଜ ସୋସିଆଲ ମିଡିଆରେ ଅଭିଜିତଙ୍କ ଆଶୁ ଆରୋଗ୍ୟ ପାଇଁ କାମନା କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/media_files/2025/09/25/majumdar-2025-09-25-21-51-16.jpg)