ପରଲୋକରେ  ଅଭିଜିତ୍‌ ମଜୁମଦାର, ଗତକାଲିଠୁ ଗୁରୁତର ହୋଇ ମେଡିକାଲରେ  ଭର୍ତ୍ତି ହୋଇଥିଲେ

Advertisment

ପରଲୋକରେ  ଅଭିଜିତ୍‌ ମଜୁମଦାର । କଣ୍ଠଶିଳ୍ପୀ  ଅଭିଜିତ୍‌ଙ୍କ ଦେହାନ୍ତ ହୋଇଛି ।   ଭୁବନଶ୍ବେର ଏମସ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର  ମୃତ୍ୟୁ ଘଟିଛି ।  

ପରଲୋକରେ  ଅଭିଜିତ୍‌ ମଜୁମଦାର । କଣ୍ଠଶିଳ୍ପୀ  ଅଭିଜିତ୍‌ଙ୍କ ଦେହାନ୍ତ ହୋଇଛି ।   ଭୁବନଶ୍ବେର ଏମସ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର  ମୃତ୍ୟୁ ଘଟିଛି ।  

Abhijit Majumdar

Abhijit Majumdar Photograph: (KanakNews)

 
 କନକ ବ୍ୟୁରୋ: ପରଲୋକରେ  ଅଭିଜିତ୍‌ ମଜୁମଦାର । କଣ୍ଠଶିଳ୍ପୀ  ଅଭିଜିତ୍‌ଙ୍କ ଦେହାନ୍ତ ହୋଇଛି ।   ଭୁବନଶ୍ବେର ଏମସ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର  ମୃତ୍ୟୁ ଘଟିଛି ।  ସେଲିଭର ଜନିତ ରୋଗରେ ପୀଡିତ ହୋଇଥିଲେ ।  ଗତକାଲିଠୁ ଗୁରୁତର ହୋଇ  ମେଡିକାଲରେ  ଭର୍ତ୍ତି ହୋଇଥିଲେ  ।  

 ଅଭିଜିତ୍‌ଙ୍କୁ ପ୍ରଥମେ କଟକ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା  । ଏହା ପରେ ତାଙ୍କୁ ଭୁବନେଶ୍ବର ସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଥିଲା। ଗତ ବର୍ଷ ସେପ୍ଟେମ୍ବର ୪ରେ ସଙ୍କଟାପନ୍ନ ଅବସ୍ଥାରେ ICUରେ ଭର୍ତ୍ତି ହୋଇଥିଲେ। ସେ ଅକ୍ଟୋବର ୨୩ ତାରିଖରୁ ICU ରୁ ବାହାରି ଜେନେରାଲ ମେଡିସିନ ୱାର୍ଡରେ ଚିକିତ୍ସିତ ହେଉଥିଲେ । ଫୁସଫୁସ ସଂକ୍ରମଣରେ ଗୁରୁତର ହୋଇ ସେ ମେଡିକାଲରେ ଭର୍ତ୍ତି ହୋଇଥିଲେ। ଏକାଧିକ ରୋଗରେ ମଧ୍ୟ ସଂକ୍ରମଣ ହୋଇଥିଲେ । ସେ କୋମାରେ ରହି ଧିରେ ଧିରେ ସୁସ୍ଥ ହେଉଥିଲେ । ହସ୍ପିଟାଲରୁ ସୁସ୍ଥ ହୋଇ ସେ ଘରକୁ ଫେରିଥିଲେ । ଗତ କାଲି ତାଙ୍କ ସ୍ବାସ୍ଥ୍ୟାବସ୍ଥା ଅଧିକ ବିଗିଡିବାରୁ ପୁଣି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।ତେବେ ସେ ଶୀଘ୍ର ସୁସ୍ଥ ହୋଇ ଫେରନ୍ତୁ ବୋଲି ଓଡ଼ିଶାବାସୀ ଅପେକ୍ଷା କରିଥିଲେ । କିନ୍ତୁ ଆଉ ଫେରିଲେନି ଦାଦା ।  ଅପେକ୍ଷା ଅପେକ୍ଷାରେ ରହିଗଲା । ସବୁଦିନ ପାଇଁ ଆରପାରିକୁ ଚାଲିଗଲେ  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ।  ଓଡ଼ିଶାର  ସଙ୍ଗୀତ ଦୁନିଆକୁ  ଭେଟି ଦେଇଥିଲେ ଅନେ ଭେରାଇଟର ସଙ୍ଗୀତ ।  ଅପୁରଣୀୟ କ୍ଷତି ଫିଲ୍ମ ଜଗତ ଏବଂ ସଙ୍ଗୀତ ଦୁନିଆକୁ ।   ଅଭିଜିତ୍‌ଙ୍କ ଦେହାନ୍ତରେ କାନ୍ଦୁଛି ସଙ୍ଗୀତ ଜଗତ, କାନ୍ଦୁଛନ୍ତି ଓଡ଼ିଶା ବାସୀ, ବନ୍ଧୁ ପରିଜନ । 

ଅଧିକ ପଢନ୍ତୁ; Abhijit Majumdar :ICU ରୁ ମେଡିସିନ୍‌ ୱାର୍ଡକୁ ଆସିଲେ ଅଭିଜିତ୍‌

ସୂଚନା ଅନୁଯାୟୀ, ଓଲିଉଡର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ରବିବାର ଦିନ ଅସୁସ୍ଥ ହୋଇପଡିଥିଲେ। ସେ ତାଙ୍କର କଟକ ସ୍ଥିତ ବାସ ଭବନରେ ଅସୁସ୍ଥ ହୋଇପଡିଥିଲେ । ପରେ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇ ତାଙ୍କର ଚିକିତ୍ସା କରାଯାଉଥିଲା ।  ସେ ଅନେକ ଆଲବମ ପାଇଁ ସଙ୍ଗୀତ ନିର୍ଦ୍ଦେଶକ ଦେଇଛନ୍ତି। ବର୍ତ୍ତମାନ ଯାଏଁ ୫୦ ରୁ ଅଧିକ ଫିଲ୍ମ ପାଇଁ ସଙ୍ଗୀତ ନିର୍ଦ୍ଦେଶନା ଦେଇସାରିଛନ୍ତି । ଏହାସହିତ ସେ ଏକାଧିକ ଫିଲ୍ମରେ ଗୀତ ବି ଗାଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe