କନକ ବ୍ୟୁରୋ: ପରଲୋକରେ ଅଭିଜିତ୍ ମଜୁମଦାର । କଣ୍ଠଶିଳ୍ପୀ ଅଭିଜିତ୍ଙ୍କ ଦେହାନ୍ତ ହୋଇଛି । ଭୁବନଶ୍ବେର ଏମସ୍ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ସେଲିଭର ଜନିତ ରୋଗରେ ପୀଡିତ ହୋଇଥିଲେ । ଗତକାଲିଠୁ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ ।
ଅଭିଜିତ୍ଙ୍କୁ ପ୍ରଥମେ କଟକ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହା ପରେ ତାଙ୍କୁ ଭୁବନେଶ୍ବର ସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଥିଲା। ଗତ ବର୍ଷ ସେପ୍ଟେମ୍ବର ୪ରେ ସଙ୍କଟାପନ୍ନ ଅବସ୍ଥାରେ ICUରେ ଭର୍ତ୍ତି ହୋଇଥିଲେ। ସେ ଅକ୍ଟୋବର ୨୩ ତାରିଖରୁ ICU ରୁ ବାହାରି ଜେନେରାଲ ମେଡିସିନ ୱାର୍ଡରେ ଚିକିତ୍ସିତ ହେଉଥିଲେ । ଫୁସଫୁସ ସଂକ୍ରମଣରେ ଗୁରୁତର ହୋଇ ସେ ମେଡିକାଲରେ ଭର୍ତ୍ତି ହୋଇଥିଲେ। ଏକାଧିକ ରୋଗରେ ମଧ୍ୟ ସଂକ୍ରମଣ ହୋଇଥିଲେ । ସେ କୋମାରେ ରହି ଧିରେ ଧିରେ ସୁସ୍ଥ ହେଉଥିଲେ । ହସ୍ପିଟାଲରୁ ସୁସ୍ଥ ହୋଇ ସେ ଘରକୁ ଫେରିଥିଲେ । ଗତ କାଲି ତାଙ୍କ ସ୍ବାସ୍ଥ୍ୟାବସ୍ଥା ଅଧିକ ବିଗିଡିବାରୁ ପୁଣି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।ତେବେ ସେ ଶୀଘ୍ର ସୁସ୍ଥ ହୋଇ ଫେରନ୍ତୁ ବୋଲି ଓଡ଼ିଶାବାସୀ ଅପେକ୍ଷା କରିଥିଲେ । କିନ୍ତୁ ଆଉ ଫେରିଲେନି ଦାଦା । ଅପେକ୍ଷା ଅପେକ୍ଷାରେ ରହିଗଲା । ସବୁଦିନ ପାଇଁ ଆରପାରିକୁ ଚାଲିଗଲେ ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ । ଓଡ଼ିଶାର ସଙ୍ଗୀତ ଦୁନିଆକୁ ଭେଟି ଦେଇଥିଲେ ଅନେ ଭେରାଇଟର ସଙ୍ଗୀତ । ଅପୁରଣୀୟ କ୍ଷତି ଫିଲ୍ମ ଜଗତ ଏବଂ ସଙ୍ଗୀତ ଦୁନିଆକୁ । ଅଭିଜିତ୍ଙ୍କ ଦେହାନ୍ତରେ କାନ୍ଦୁଛି ସଙ୍ଗୀତ ଜଗତ, କାନ୍ଦୁଛନ୍ତି ଓଡ଼ିଶା ବାସୀ, ବନ୍ଧୁ ପରିଜନ ।
ଅଧିକ ପଢନ୍ତୁ; Abhijit Majumdar :ICU ରୁ ମେଡିସିନ୍ ୱାର୍ଡକୁ ଆସିଲେ ଅଭିଜିତ୍
ସୂଚନା ଅନୁଯାୟୀ, ଓଲିଉଡର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ରବିବାର ଦିନ ଅସୁସ୍ଥ ହୋଇପଡିଥିଲେ। ସେ ତାଙ୍କର କଟକ ସ୍ଥିତ ବାସ ଭବନରେ ଅସୁସ୍ଥ ହୋଇପଡିଥିଲେ । ପରେ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇ ତାଙ୍କର ଚିକିତ୍ସା କରାଯାଉଥିଲା । ସେ ଅନେକ ଆଲବମ ପାଇଁ ସଙ୍ଗୀତ ନିର୍ଦ୍ଦେଶକ ଦେଇଛନ୍ତି। ବର୍ତ୍ତମାନ ଯାଏଁ ୫୦ ରୁ ଅଧିକ ଫିଲ୍ମ ପାଇଁ ସଙ୍ଗୀତ ନିର୍ଦ୍ଦେଶନା ଦେଇସାରିଛନ୍ତି । ଏହାସହିତ ସେ ଏକାଧିକ ଫିଲ୍ମରେ ଗୀତ ବି ଗାଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2026/01/25/abhijit-majumdar-2026-01-25-09-37-54.jpg)