କନକ ବ୍ୟୁରୋ : ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟ ହୋଇପାରନ୍ତି ଅଭିଜିତ ମଜୁମଦାର । ଏମ୍ସ ସହ ଆଲୋଚନା ଜାରି ରହିଛି । ଭୁବନେଶ୍ୱର ଏମ୍ସ  ଆସି ଅଭିଜିତ ମଜୁମଦାରଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ବର୍ତ୍ତମାନ ଡାକ୍ତରୀ ଚିକିତ୍ସା ଚାଲୁ ରହିଛି । କିଡ୍‌ନି ଓ ଲିଭର ସମସ୍ୟା ଯାହା ରହିଥିଲା ବର୍ତ୍ତମାନ ସେଥିରେ ସୁଧାର ଆସୁଛି । ବର୍ତ୍ତମାନ ପରିଶ୍ରା ମଧ୍ୟ ହେଉଛି । କିନ୍ତୁ କଥାବାର୍ତ୍ତା କରୁନାହାନ୍ତି ଅଭିଜିତ । ଡାକ୍ତରୀ ଟିମ୍ ଆବଶ୍ୟକୀୟ ଚିକିତ୍ସା ଯୋଗାଇ ଦେଉଛନ୍ତି । ଆଉ ଅଧିକ ଚିକିତ୍ସା ଆବଶ୍ୟକ ହେଉଛି । ଆବଶ୍ୟକ ପଡ଼ିଲେ ଦିଲ୍ଲୀ ସ୍ଥାନାନ୍ତରିତ କରିବାକୁ ମଧ୍ୟ ପ୍ରସ୍ତୁତ ଅଛୁ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ସ୍ୱତନ୍ତ୍ର ଏକ ଡାକ୍ତରୀ ଟିମ୍ ତାଙ୍କର ଚିକିତ୍ସା ଧ୍ୟାନ ନେବାକୁ ମଧ୍ୟ ଆଲୋଚନା କରିଥିବା ନେଇ କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ତେବେ ଆସନ୍ତାକାଲି ପୁନର୍ବାର ଭୁବନେଶ୍ୱର ଏମ୍ସର ଡ଼ାଇରେକ୍ଟର ଓ ଦିଲ୍ଲୀ ଏମ୍ସ ଡ଼ାଇରେକ୍ଟରଙ୍କ ସହ ପୁଣି ଆଲୋଚନା କରି ନିଷ୍ପତ୍ତି ନେବୁ ଯଦି ଦରକାର ହୁଏ ଦିଲ୍ଲୀ ନେବାକୁ ପ୍ରସ୍ତୁତ ଅଛୁ । ତାଙ୍କ ଚିକିତ୍ସାର ସମସ୍ତ ଖର୍ଚ୍ଚ ସରକାର ବହନ କରିବେ ବୋଲି ସେ କହିଛନ୍ତି ।