କନକବ୍ୟୁରୋ : ସମ୍ବାଦ ଗ୍ରୁପ ପକ୍ଷରୁ ସମ୍ବାଦ ଡିଜିଟାଲ ଆନୁକୂଲ୍ୟରେ କଟକ ଖ୍ରୀଷ୍ଟ କଲେଜର କମଲ୍ ଦାସ ଏକାଡେମୀ ଠାରେ ଆୟୋଜିତ ହୋଇଛି ‘ଲେଟ୍ସ ସଟଲ୍ ଥ୍ରୀ ପଏଣ୍ଟ ଓ ’। ଦୁଇଦିନ ଧରି ହେବାକୁ ଥିବା ପ୍ରତିଯୋଗିତାର ପ୍ରଥମ ଦିନରେ ମୁଖ୍ୟ ଅତିଥି ଭାବେ କଟକ ମେୟର ସୁବାସ ସିଂ ଯୋଗ ଦେଇ ଉଦଘାଟନ କରିଛନ୍ତି । ଗତ ଦୁଇବର୍ଷ ଦରି ଏହି କାର୍ଯ୍ୟକ୍ରମ ଭୁବନେଶ୍ୱର ଠାରେ ଆୟୋଜିତ ହେଉଥିଲା । କିନ୍ତୁ ଚଳିତଥର କଟକ ଠାରେ ଆୟୋଜନ କରାଯାଇଛି । ପ୍ରତିଯୋଗିତାରେ ୫୦ଟି ଟିମ୍ ଅଂଶଗ୍ରହଣ କରିଛନ୍ତି। ମୋଟ ୧୦୦ ଖେଳାଳି ଅଂଶଗ୍ରହଣ କରିଛନ୍ତି । ସମ୍ବାଦର ଏଭଳି କାର୍ଯ୍ୟକ୍ରମକୁ କଟକ ମେୟର ସୁବାସ ସିଂ ପ୍ରଶଂସା କରିଛନ୍ତି ।
ସମ୍ବାଦ ଗ୍ରୁପ ପକ୍ଷରୁ ସମ୍ବାଦ ଡିଜିଟାଲ ଆନୁକୂଲ୍ୟରେ ‘ଲେଟ୍ସ ସଟଲ୍ 3.0 ଆୟୋଜିତ : ଦୁଇଦିନ ଧରି ଚାଲିବ ପ୍ରତିଯୋଗିତା
ସମ୍ବାଦ ଗ୍ରୁପ ପକ୍ଷରୁ ସମ୍ବାଦ ଡିଜିଟାଲ ଆନୁକୂଲ୍ୟରେ କଟକ ଖ୍ରୀଷ୍ଟ କଲେଜର କମଲ୍ ଦାସ ଏକାଡେମୀ ଠାରେ ଆୟୋଜିତ ହୋଇଛି ‘ଲେଟ୍ସ ସଟଲ୍ ଥ୍ରୀ ପଏଣ୍ଟ ଓ ’। ଦୁଇଦିନ ଧରି ହେବାକୁ ଥିବା ପ୍ରତିଯୋଗିତାର ପ୍ରଥମ ଦିନରେ ମୁଖ୍ୟ ଅତିଥି ଭାବେ କଟକ ମେୟର ସୁବାସ ସିଂ ଯୋଗ ଦେଇ ଉଦଘାଟନ କରିଛନ୍ତି ।
/kanak/media/media_files/2025/02/16/js37HuAcvI4bUklpnXQc.jpg)