କନକ ବ୍ୟୁରୋ: ଉତ୍ତର ପ୍ରଦେଶ ଆମ୍ବଦେକର ନଗର ଜିଲ୍ଲା ହସ୍ପିଟାଲରୁ ଏକ ଏମିତି ଘଟଣା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଚକିତ କରିଛି । ଏଠାରେ ଡାକ୍ତର ଜଣେ ଯୁବକଙ୍କୁ ଅପରେସନ କରି ତାଙ୍କ ପେଟରୁ ୧୦ ଲୁହା ରେଞ୍ଚି ଆଉ ନଟ ବାହାର କରିଛି । ଯିଏ ବି ଏହି ଘଟଣାକୁ ଶୁଣୁଛି ସେ ଆଶ୍ଚର୍ଯ୍ୟ ହୋଇଯାଉଛି । ବର୍ତ୍ତମାନ ଅପରେସନ ପରେ ଯୁବକଙ୍କ ଅବସ୍ଥା ଏବେ ଠିକ ଅଛି । ଆଉ ସେ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି ଅଛନ୍ତି । କୋଲକାତା ବାସିନ୍ଦା ଏହି ଯୁବକ ଗତ କିଛି ବର୍ଷ ହେବ ଉତ୍ତର ପ୍ରଦେଶର ଆମ୍ବେଦକର ନଗରର ଇଲ୍ଫାତଗଞ୍ଜ ବଜାରରେ ନିଜ ଭଉଣୀ ଘରେ ରହିଆସୁଥିଲେ । 

Advertisment

ହସ୍ପିଟାଲରେ ଡାକ୍ତର ବିପିନ ବର୍ମାଙ୍କ ପାଖକୁ ଗତ ଶୁକ୍ରବାର ରୋସନ ଚୌରସିୟା ନାମକ ଜଣେ ରୋଗୀ ଆସିଥିଲେ । ତାଙ୍କ ପେଟରେ ଯନ୍ତ୍ରଣା ହେଉଥିବାର ସେ କହିଥିଲେ । ଏକ୍ସରେ, ସଟି ସ୍କାନ ହେବା ପରେ ଡାକ୍ତର ଜାଣିବାକୁ ପାଇଲେ ତାଙ୍କ ପେଟରେ କିଛି ମେଟାଲ ବସ୍ତୁ ରହିଛି । ଆଉ ଯେତେବେଳେ ସୋମବାର ଡାକ୍ତର ତାଙ୍କର ଅପରେସନ କଲେ ତାଙ୍କ ପାଦ ତଳୁ ମାଟି ଖସିଯାଇଥିଲା । ଯୁବକ ଜଣକ ପେଟରୁ ବାହାରିଲା ଗୋଟିଏ ପରେ ଗୋଟିଏ ଲୁହା ରେଞ୍ଚି ଆଉ ନଟ୍ । ଯାହାକୁ ଦେଖି ଡାକ୍ତର ବି ଚକିତ ହୋଇଯାଇଥିଲେ । ଅପରେସନ ପରେ ଏବେ ଯୁବକଙ୍କ ଅବସ୍ଥା ଭଲ ରହିଛି । 

ଡାକ୍ତରଙ୍କ କହିବାନୁସାରେ ସାଇକୋଲୋଜୀକାଲ ରୋଗ କାରଣରୁ ରୋଗୀ ବେଳେବେଳେ ମାଟି, ପ୍ଲାଷ୍ଟିକ ଓ ନିଜ ଶରୀରର କେଶକୁ ଖାଇଯାଆନ୍ତି । ରୋଗୀଙ୍କ ବାପାଙ୍କ କହିବାନୁସାରେ ସେ ୧୫ ଦିନ ପୂର୍ବରୁ କୋଲକାତା ଯାଇ ଫେରିଥିଲେ । ସେଠାରୁ ଆସିବା ପରେ ଦେହ ଅସୁସ୍ଥ ହୋଇଯାଇଥିଲା । ଅନେକ ଜାଗାରେ ଦେଖାଇଥିଲୁ ସମସ୍ତେ କହିଲେ ପେଟରେ ଲୁହା ଜିନିଷ ରହିଛି । ହେଲେ ବିଶ୍ବାସ ହୋଇନଥିଲା । କିନ୍ତୁ ଅପରେସନ କରିବାରୁ ଜଣାପଡିଲା ।