କନକ ବ୍ୟୁରୋ : ଦୁଇ ଦିନ ପରେ କାର୍ତ୍ତିକ ମାସର ପ୍ରଥମ ସୋମବାର । ଏହି ଧର୍ମର ମାସରେ ମହାପ୍ରସାଦ ଟିକିଏ ପାଇବା ପାଇଁ ଦୂରଦୂରାନ୍ତରୁ ଆସୁଛନ୍ତି ଶ୍ରଦ୍ଧାଳୁ ଓ ହବିଷ୍ୟାଳି । କିନ୍ତୁ ଅବଢ଼ା ଦର ବୃଦ୍ଧି ଯୋଗୁଁ ଦେଖାଦେଇଛି ଅସନ୍ତୋଷ । ପ୍ରଶାସନ ତରଫରୁ ୭ଦିନ ମଧ୍ୟରେ ରେଟ୍ ଚାର୍ଟ ଲଗାଇବାକୁ ନିର୍ଦ୍ଦେଶ ରହିଛି । କିନ୍ତୁ କାର୍ତ୍ତିକ ମାସ ଯୋଗୁଁ ଓ ଆକାଶଛୁଆଁ ପରିବା ଦର ଓ ବାସୁମତି ଚାଉଳ ଦର ବୃଦ୍ଧି ଯୋଗୁଁ ରେଟ୍ ଚାର୍ଟ ଲାଗି ପାରୁନାହିଁ । କିନ୍ତୁ କାର୍ତ୍ତିକ ପରେ ଗୋଟିଏ ନିର୍ଦ୍ଦିଷ୍ଟ ଦର ନିର୍ଦ୍ଧାରଣ ହେବାପରେ, ଆନନ୍ଦ ବଜାର ସମେତ ଶ୍ରୀମନ୍ଦିର ଭିତର ଓ ବାହାରେ ରେଟ ଚାର୍ଟ ପ୍ରଦର୍ଶନ କରାଯିବ ବୋଲି କହିଛନ୍ତି ସୁଆର ମହାସୁଆର ନିଯୋଗ ସଭାପତି । 

Advertisment

ପରିବା ଦର ଆକାଶଛୁଆଁ   
ଛୁଇଁବାକୁ ଲାଗୁଛି ଡର  
ଅଧିକାଂଶ ଲୋକେ କାର୍ତ୍ତିକ ମାସରେ ଆମିଷ ଖାଉ ନଥିବା ବେଳେ ପନିପରିବା ଦର ଆକାଶ ଛୁଆଁ ହୋଇଛି । ଆଳୁ ଓ ପିଆଜକୁ ଛାଡିଦେଲେ ସବୁ କଞ୍ଚା ପରିବା ଦର ୬୦ ଉପରେ ରହିଛି । ପୋଟଳ ଦର ୮୦ । ବାଲେଶ୍ବର ବିନ୍ସ କିଲୋ ୧୨୦ ଛୁଇଁଛି, ଭେଣ୍ଡି ୭୦ , ବାଇଗଣ ୬୦, ପୋଟଳ ୬୦, ଜହ୍ନି ୬୦, କଞ୍ଚା କଦଳୀ ଗୋଟାକ ୧୦ ଟଙ୍କା, କୁନ୍ଦୁରି ୪୦ଟଙ୍କା ହୋଇଛି । ପରିବା ଦର ଉଚ୍ଚା ଥିବାରୁ ଏହା ସିଧାସଳଖ ଲୋକଙ୍କ ହାଣ୍ଡିଶାଳ ଉପରେ ମାଡ଼ କରିଛି । ଆନନ୍ଦ ବଜାର ଶୃଙ୍ଖଳାରେ ଅନେକ କିଛି ପରିବର୍ତ୍ତନ ହୋଇ ଶୃଙ୍ଖଳିତ ହୋଇଛି । ରେଟ୍ ଚାର୍ଟ ଲାଗିବା ପରେ ଲୋକଙ୍କୁ ଅବଢ଼ା ମହାପ୍ରସାଦ ପାଇବା ଆହୁରି ସହଜ ହେବ ମତ ପ୍ରକାଶ ପାଇଛି ।