କନକ ବ୍ୟୁରୋ: ଶ୍ରୀଗୁଣ୍ଡିଚା ମନ୍ଦିରରେ ବାହାରିଲା ଆଡ଼ପ ଅବଢା । ମହାପ୍ରସାଦ ଖାଇବାକୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ଶ୍ରଦ୍ଧାଳୁମାନେ ଆଡ଼ପ ଅବଢା ଖାଇ କୃତ୍ୟକୃତ୍ୟ ହୋଇଛନ୍ତି । ଗତକାଲି ଆଡ଼ପ ମଣ୍ଡପକୁ ବିଜେ କରିଥିଲେ ଶ୍ରୀଜିଉ । ଆଜି ପ୍ରଥମଦିନ ବାହାରିଛି ଆଡ଼ପ ଅବଢା । ସେପଟେ ଆଡପ ମଣ୍ଡପରେ ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି ଲକ୍ଷ ଲକ୍ଷ ଭକ୍ତ । ଲମ୍ବା ଧାଡ଼ିରେ ଠିଆ ହୋଇ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ।

Advertisment

ରତ୍ନବେଦି ଛାଡ଼ି ଜନ୍ମବେଦିରେ ଅବତୀର୍ଣ୍ଣ ହୋଇଛନ୍ତି ଚତୁର୍ଦ୍ଧା ବିଗ୍ରହ । ଭକ୍ତଙ୍କ ମେଳରେ ଦୁଇଦିନ ଲୀଳାଖେଳା କରିବା ପରେ ଭାଇ ଭଉଣୀଙ୍କ ସହ ଆଡ଼ପମଣ୍ଡପରେ ବିଜେ କରିଛନ୍ତି । ସେପଟେ ଆଜିଠୁ ଭକ୍ତଙ୍କୁ ଆଡ଼ପ ଦର୍ଶନର ସୁଯୋଗ ମିଳିଛି । ଆଜିଠୁ ୬ ଦିନ ଧରି ଶ୍ରୀଗୁଣ୍ଡିଚା ମନ୍ଦିରରେ ମିଳିବ ଆଡ଼ପ ଅବଢ଼ା । ଆସନ୍ତା ନବମୀ ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନଙ୍କୁ ଆଡ଼ପ ମଣ୍ଡପରୁ ଦର୍ଶନ ଦେବେ ଏବଂ ଆଡପ ଅବଢ଼ା ବାହାରିବ । ଆଡ଼ପ ମଣ୍ଡପ ବିଜେ ଦେଖିବାକୁ ଶରଧାବାଲିରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଲାଗିରହିଛି । ଆଜିଠୁ ଆଡ଼ପ ମଣ୍ଡପରେ ଦର୍ଶନ କରିବାର ସୌଭାଗ୍ୟ ପାଉଛନ୍ତି  ଭକ୍ତ । ଆଡ଼ପ ମଣ୍ଡପକୁ ମହାପ୍ରଭୁ ବିଜେ କରିବା ପରେ  ବିଳମ୍ବିତ ରାତିରେ ଆଡ଼ପମଣ୍ଡପରୁ ଚାରମାଳ ଫିଟାଯାଇଛି ।