କନକ ବ୍ୟୁରୋ : ହରିୟାଣା ବିଧାନସଭା ନିର୍ବାଚନରେ ଆପ । । ବିଧାନସଭା ନିର୍ବାଚନ ଲାଗି ମତଦାନ ପରେ ଏକଜିଟ୍ ପୋଲରେ ଆମ୍ ଆଦମୀ ପାର୍ଟି ମଧ୍ୟ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଥିଲା । କୌଣସି ଏକଜିଟ୍ ପୋଲରେ ଆମ୍ ଆଦମୀ ପାର୍ଟି ଗୋଟିଏ ବି ଆସନ ପାଇବା କଥା ଉଲ୍ଲେଖ ନଥିଲା । ଏଭଳି ପରିସ୍ଥିତିରେ ହରିୟାଣାରେ ଆମ୍ ଆଦମୀ ପାର୍ଟି ଲୋକପ୍ରିୟତା ହାସଲ କରିବାରେ ସକ୍ଷମ ହୋଇ ନାହିଁ ।
ଜାମ୍ମୁକାଶ୍ମୀରରେ ଖାତା ଖୋଲିଲା ଆପ । ହେଲେ ହରିଆଣାରେ ପରାଜିତ ହେଲେ ୮୮ ପ୍ରାର୍ଥୀ
ଦିଲ୍ଲୀ ଏବଂ ପଞ୍ଜାବରେ ସରକାର ଚଳାଉଥିବା ଅରବିନ୍ଦ କେଜ୍ରିୱାଲଙ୍କ ଆମ୍ ଆଦମୀ ପାର୍ଟି ମଧ୍ୟ ହରିୟାଣାରେ ଏକ ବଡ଼ ଟକ୍କର ଦେଇ ୯୦ଟି ଆସନ ମଧ୍ୟରୁ ୮୮ ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରି ଶୋଚନୀୟ ପରାଜୟ ବରଣ କରିଛି । ଗୋଟିଏ ବି ଆସନ ଜିତନି ଦଳ ।