କନକବ୍ୟୁରୋ  : ଦିଲ୍ଲୀ ବିଧାନସଭା ନିର୍ବାଚନକୁ ନେଇ ସରଗରମ ରାଜନୀତି। ସୂଚନାନୁସାରେ, କେନ୍ଦ୍ରୀୟ ନିର୍ବାଚନ ଆୟୋଗ ୭କିମ୍ବା ୮ଜାନୁଆରୀରେ ଦିଲ୍ଲୀ ବିଧାନସଭା ନିର୍ବାଚନର ତାରିଖ ଘୋଷଣା କରିପାରନ୍ତି  ।  ଫେବୃଆରୀ ଦ୍ୱିତୀୟ ସପ୍ତାହରେ ଦିଲ୍ଲୀରେ ନିର୍ବାଚନ ହେବ ଏବଂ ଫଳାଫଳ ୧୫ ଫେବୃଆରୀ ପରେ ଆସିବ ବୋଲି କୁହାଯାଉଛି ।

Advertisment

ସୂଚନାନୁସାରେ, ୧୧ରୁ ୧୩ ଫେବୃଆରୀ ମଧ୍ୟରେ ଦିଲ୍ଲୀରେ ଗୋଟିଏ ପର୍ଯ୍ୟାୟରେ ଭୋଟ ଶେଷ ହେବ ।  ଭୋଟ ଗଣନା ୧୫ କିମ୍ବା ୧୬ ଫେବୃଆରୀରେ ହୋଇପାରେ । ଅର୍ଥାତ୍‌ ଗୋଟିଏ ପ୍ରକାରରେ ,  ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ କେନ୍ଦ୍ରୀୟ ନିର୍ବାଚନ ଆୟୋଗର ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି  । କେନ୍ଦ୍ରୀୟ ନିର୍ବାଚନ ଆୟୋଗ ମଧ୍ୟ ଜାନୁଆରୀ ୬ସୁଦ୍ଧା ଦିଲ୍ଲୀରେ ନୂତନ ଭୋଟର ତାଲିକା ପ୍ରକାଶ କରିବେ  ।

ଏହାର ଅର୍ଥ ହେଉଛି, ଏହି ପରିପ୍ରେକ୍ଷୀରେ, ଫେବୃଆରୀ ତୃତୀୟ ସପ୍ତାହ ସୁଦ୍ଧା ଦିଲ୍ଲୀରେ ନୂତନ ସରକାର ଗଠନ ସମ୍ବନ୍ଧୀୟ ଚିତ୍ର ସ୍ପଷ୍ଟ ହୋଇପାରିବ  , ସେପଟେ ଦିଲ୍ଲୀ ବିଧାନସଭା ନିର୍ବାଚନକୁ ନେଇ ସରଗରମ ହୋଇଛି ପ୍ରଚାର । ଏହାରି ଭିତରେ ବଡ଼ ଘୋଷଣା କରିଛନ୍ତି ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ଆବାହକ ଅରବିନ୍ଦ କେଜରିୱାଲ । ଏକ ନିର୍ବାଚନ ସଭାକୁ ସମ୍ବୋଧିତ କଲା ବେଳେ କେଜରିୱାଲ କହିଛନ୍ତି ଦିଲ୍ଲୀରେ ଆପ୍ ସରକାର ଗଠନ କଲେ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ହେବେ ମନୀଷ ସିସୋଦିଆ ।

ଗୋଟିଏ ଦିନ ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦିଲ୍ଲୀରେ ପ୍ରଚାର ବେଳେ କେଜରିୱାଲଙ୍କୁ ସମାଲୋଚନା କରିଥିଲେ। ଦଳିତ ଉପ ମୁଖ୍ୟମନ୍ତ୍ରୀ ନେଇ କେଜରିୱାଲ ଦେଇଥିବା ପ୍ରତିଶ୍ରୁତି କଥାକୁ ମନେ ପକାଇ ଦେଇଥିଲେ ଅମିତ ଶାହ । ଏହାର ଗୋଟିଏ ଦିନ ପରେ କେଜରିୱାଲ ଉପମୁଖ୍ୟମନ୍ତ୍ରୀ ଭାବେ ମନୀଷ ସିସୋଦିଆଙ୍କ ନାଁ ଘୋଷଣା କରିଛନ୍ତି ।