ବିଧାନସଭା ନିର୍ବାଚନ ପାଇଁ ଆପର ପ୍ରାର୍ଥୀ ଘୋଷଣା । ୧୧ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କଲା ଆମ୍ ଆଦମୀ ପାର୍ଟି ।

Advertisment

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆମ୍ ଆଦମୀ ପାର୍ଟି ନିଜର ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିଛି। ଏହି ତାଲିକାରେ ୧୧ ଜଣଙ୍କ ନାମ ରହିଛି। ଏମାନଙ୍କ ମଧ୍ୟରୁ ୬ ଜଣ ନେତା ବିଜେପି କିମ୍ବା କଂଗ୍ରେସ ଛାଡ଼ି ଆପ୍’ରେ ଯୋଗ ଦେଇଛନ୍ତି

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆମ୍ ଆଦମୀ ପାର୍ଟି ନିଜର ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିଛି। ଏହି ତାଲିକାରେ ୧୧ ଜଣଙ୍କ ନାମ ରହିଛି। ଏମାନଙ୍କ ମଧ୍ୟରୁ ୬ ଜଣ ନେତା ବିଜେପି କିମ୍ବା କଂଗ୍ରେସ ଛାଡ଼ି ଆପ୍’ରେ ଯୋଗ ଦେଇଛନ୍ତି

AAP CANDIDATE DECLAIR

କନକ ବ୍ୟୁରୋ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆମ୍ ଆଦମୀ ପାର୍ଟି ନିଜର ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିଛି। ଏହି ତାଲିକାରେ ୧୧ ଜଣଙ୍କ ନାମ ରହିଛି। ଏମାନଙ୍କ ମଧ୍ୟରୁ ୬ ଜଣ ନେତା ବିଜେପି କିମ୍ବା କଂଗ୍ରେସ ଛାଡ଼ି ଆପ୍’ରେ ଯୋଗ ଦେଇଛନ୍ତି। ବ୍ରହ୍ମ ସିଂହ ତନୱର, ବିବି ତ୍ୟାଗୀ ଏବଂ ଅନୀଲ ଝା ନିକଟରେ ବିଜେପି ଛାଡ଼ିଥିଲେ। କଂଗ୍ରେସରୁ ଜୁବେର ଚୌଧୁରୀ, ବୀର ସିଂ ଧୀଙ୍ଗନ ଏବଂ ସୁମେଶ ଶୋକିନ୍ ଆପରେ ଯୋଗ ଦେଇଛନ୍ତି। ଦିଲ୍ଲୀ ବିଧାନସଭାର ଚଳିତ କାର୍ୟ୍ୟକାଳ ୨୦୨୫ ଫେବ୍ରୁଆରି ୨୩ରେ ଶେଷ ହେଉଛି। ଚଳିତ ଗୃହର ପାଞ୍ଚ ବର୍ଷ କାର୍ୟ୍ୟକାଳ ଶେଷ ହେବା ତାରିଖ ପୂର୍ବରୁ ନିର୍ବାଚନ ଆୟୋଗ ନିର୍ବାଚନ ପ୍ରକ୍ରିୟା ଶେଷ କରିବେ। ଶେଷ ଥର ପାଇଁ ୨୦୨୦ ଫେବ୍ରୁଆରିରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଆମ୍ ଆଦମୀ ପାର୍ଟି ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ହାସଲ କରିଥିଲା ଏବଂ ୭୦ଟି ଆସନରୁ ୬୨ଟିରେ ବିଜୟୀ ହୋଇଥିଲା। ଭାରତୀୟ ଜନତା ପାର୍ଟି ମାତ୍ର ୮ଟି ଆସନରେ ବିଜୟୀ ହୋଇଥିବା ବେଳେ କଂଗ୍ରେସ କୌଣସି ଆସନ ପାଇନଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe