କନକ ବ୍ୟୁରୋ : ରହସ୍ୟମୟ ପରିସ୍ଥିତିରେ ପଞ୍ଜାର ଆପ୍ ବିଧାୟକ ଗୁରପ୍ରୀତ ବସ୍ସି ଗୋଗିଙ୍କ ମୃତ୍ୟୁ । ଶୁକ୍ରବାର ରାତିରେ ତାଙ୍କ ମୁଣ୍ଡରେ ଗୁଳିମାଡ଼ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି । ବିଳମ୍ବିତ ରାତିରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିବା ବେଳେ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଛି । ରାତି ପ୍ରାୟ ୧୨ଟା ବେଳେ ପରିବାର ଲୋକଙ୍କ ଦ୍ବାରା ତାଙ୍କୁ ଡାକ୍ତରଖାନା ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ସୂଚନା ଦେଇଛନ୍ତି ଡିସିପି ଜଶକରନ ସିଂହ। କେଉଁ ପରିସ୍ଥିତିରେ ଓ କିପରି ତାଙ୍କର ମୃତ୍ୟୁ ହେଲା ତାକୁ ନେଇ ସନ୍ଦେହ ଲାଗିରହିଛି । ନିଜର ଦିନସାରାର କାର୍ଯ୍ୟକ୍ରମ ସାରିବା ପରେ ରାତିରେ ଘୁମର ମଣ୍ଡି ଅଞ୍ଚଳରେ ଥିବା ତାଙ୍କ ଘରକୁ ଫେରିଥିଲେ ।
ମିଳିଥିବା ସୂଚନା ଅନୁସାରେ ଗୁଳି ଶବ୍ଦ ଶୁଣିବା ପରେ ତାଙ୍କ ପତ୍ନୀ ସୁଖଚୈନ କୌର ଗୋଗି ଧାଇଁ ଯାଇ ଦେଖିବା ବେଳେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଗୁରପ୍ରୀତ ସିଂହ ଟଳିପଡ଼ିଥିଲେ । ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିବା ବେଳେ ତାଙ୍କର ମୃତ୍ୟୁ ହୋଇସାରିଥିଲା । କୁହାଯାଉଛି ନିଜ ବନ୍ଧୁକ ସଫା କରିବା ବେଳେ ଦୁର୍ଘଟଣାବସତଃ ତାଙ୍କ ମୁଣ୍ଡରେ ଗୁଳି ବାଜିବାରୁ ତାଙ୍କର ମୃତ୍ୟୁ ହୋଇଛି । ୫୮ବର୍ଷୀୟ ଗୁରପ୍ରୀତ ବସ୍ସି ଗୋଗି ଲୁଧିଆନା ପଶ୍ଚିମରୁ ବିଧାୟକ ଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/01/11/VLWsFk87lzzmoJcG9B4f.jpg)