କନକ ବ୍ୟୁରୋ : ପଞ୍ଜାବରେ AAP ବିଧାୟକ ହରମିତ ସିଂ ପଠାଣମାଜରା ପୁଲିସ ହେପାଜତରୁ ଫେରାର ହୋଇଯାଇଛନ୍ତି । ସୂଚନା ଅନୁଯାୟୀ, ଅଗଷ୍ଟ ୨୫ ରେ ଜଣେ ମହିଲାଙ୍କ ଭିଡିଓ ଲିକ୍ କରିବା ଏବଂ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ଅଭିଯୋଗ ଆଧାରରେ ବିଧାୟକଙ୍କୁ ଗିରଫ କରାଯାଇଥିଲା । ଅଭିଯୋଗ ପରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । କିନ୍ତୁ ଗିରଫ ହେବାର ଖବର ପାଇବା ପରେ ପଠାଣମାଜରା ପଞ୍ଜାବରୁ ହରିୟାଣାକୁ ପଳାଇ ସେଠାରେ ଲୁଚି ରହିଥିଲେ ।
ପୁଲିସ ହରିୟାଣାରେ ଚଢ଼ାଉ କରି ବିଧାୟକଙ୍କୁ ଗିରଫ କରି ସ୍ଥାନୀୟ ଥାନାକୁ ନେଉଥିବାବେଳେ ରାସ୍ତାରେ ପଠାଣମାଜରା ଓ ତାଙ୍କ ସାଥୀମାନେ ପୁଲିସ ଉପରକୁ ଗୁଳି ଚଳାଇଥିଲେ । ଏହି ଆକ୍ରମଣରେ ଜଣେ ପୁଲିସକର୍ମୀ ଆହତ ହୋଇଥିଲେ । ଖାଲି ସେତିକି ନୁହେଁ, ବିଧାୟକ ଓ ତାଙ୍କ ସାଥୀମାନେ ପୁଲିସକର୍ମୀଙ୍କ ଉପରେ ଗାଡି ଚଢ଼ାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି ।
ସୂଚନା ଅନୁଯାୟୀ, ଫେରାର ହେବା ସମୟରେ ହରମିତ ପଠାଣମାଜରା ଦୁଇଟି ଗାଡି - ଗୋଟିଏ ସ୍କର୍ପିଓ ଏବଂ ଗୋଟିଏ ଫର୍ଚ୍ୟୁନରରେ ଥିଲେ । ପୁଲିସ ଫର୍ଚ୍ୟୁନରକୁ ଧରିବାରେ ସଫଳ ହୋଇଛି, କିନ୍ତୁ ସ୍କର୍ପିଓରେ ଫେରାର ହୋଇଥିବା ବିଧାୟକଙ୍କର ଏପର୍ଯ୍ୟନ୍ତ କୌଣସି ସୁରାଗ ମିଳିନାହିଁ । ପୁଲିସ ଟିମ୍ ଲଗାତାର ତାଙ୍କୁ ପିଛା କରୁଛନ୍ତି ଏବଂ ନାକାବନ୍ଦୀ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/09/02/1-2025-09-02-12-36-16.jpg)