କନକ ବ୍ୟୁରୋ: ଆମ ଆଦମୀ ପାର୍ଟିକୁ ବଡ ଝଟକା । ଗିରଫ ହେଲେ ଦଳର ବରିଷ୍ଠ ବିଧାୟକ ଅମାନୁତୁଲ୍ଲା ଖାନ । ୱାକଫ ବୋର୍ଡ ଅର୍ଥ ହେରଫେର ମାମଲାରେ ଇଡି ଆପ ବିଧାୟକଙ୍କୁ ଗିରଫ କରିଥିବା ଜଣାପଡିଛି । ଜେରାର କିଛି ଘଣ୍ଟାର ଚଢ଼ାଉ ପରେ ସୋମବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ଗିରଫ କରିଛି ।

ତେବେ  ଇଡିର ଏହି କାର୍ୟ୍ୟାନୁଷ୍ଠାନ ପୂର୍ବରୁ ହିଁ ଆପ ବିଧାୟକ ଏନେଇ ଆଶଙ୍କା ପ୍ରକାଶ କରି  ସୋସିଆଲ ମିଡିଆ ପୋଷ୍ଟରେ ଜଣାଇଥିଲେ  । ଭିଡିଓ ଜାରି କରି ଅମାନୁତୁଲ୍ଲାର କହିଛନ୍ତି , ଇଡି  ତାନାଶାହି କରି ନିର୍ଦ୍ଦୋଷଙ୍କୁ ମିଛ ମାମଲାରେ ଫସାଇ ଗିରଫ କରୁଥିବା କହିଥିଲେ । ତେବେ ବିଧାୟକ ଭିଡିଓ ପୋଷ୍ଟ କରିବା କିଛି ଘଂଟା ଭିତରେ ହିଁ ବିଧାୟକଙ୍କ ଦିଲ୍ଲୀ ବାସଭବନରେ ପହଞ୍ଚିଥିଲା ଦିଲ୍ଲୀ ପୁଲିସ । ଦଳ କହିଛି ଅମାନୁତୁଲ୍ଲାଙ୍କ ଜାଣିଶୁଣି ଟାର୍ଗେଟ କରାଯାଉଛି । ବିନା ପ୍ରମାଣରେ ଏଭଳି କାର୍ୟ୍ୟାନୁଷ୍ଠାନ କେବଳ ବିଜେପି ନିର୍ଦ୍ଦେଶରେ କରୁଛି  ଇଡି ।ବିଜେପି ବିରୋଧରେ ଯିଏ ସ୍ୱର ଉଠାଇ ତାକୁ ଇଡି, ସିବିଆଇ ଓ ଆଇଟି ପରି ସରକାରୀ ତଦନ୍ତକାରୀ ସଂସ୍ଥା ଉଠାଇ ନିଅନ୍ତି  ।