କନକ ବ୍ୟୁରୋ : ୱାକଫ ବୋର୍ଡ ଅର୍ଥ ହେରଫେର ମାମଲାରେ ଇଡି ଆପ ବିଧାୟକଙ୍କୁ ଗିରଫ କରିଛି । କିଛି ଘଂଟାର ଜେରା ପରେ ସୋମବାର ପ୍ରବର୍ତନ ନିର୍ଦ୍ଦେଶାଳୟ ତାଙ୍କୁ ଗିରଫ କରିଛି । ତେବେ  ଇଡିର ଏହି କାର୍ୟ୍ୟାନୁଷ୍ଠାନ ପୂର୍ବରୁ ହିଁ ଆପ ବିଧାୟକ ଏନେଇ ଆଶଙ୍କା ପ୍ରକାଶ କରି  ସୋସିଆଲ ମିଡିଆ ପୋଷ୍ଟରେ ଜଣାଇଥିଲେ  । ଭିଡିଓ ଜାରି କରି ଅମାନୁତୁଲ୍ଲାର କହିଛନ୍ତି , ଇଡି  ତାନାଶାହି କରି ନିର୍ଦ୍ଦୋଷଙ୍କୁ ମିଛ ମାମଲାରେ ଫସାଇ ଗିରଫ କରୁଥିବା କହିଥିଲେ । ତେବେ ବିଧାୟକ ଭିଡିଓ ପୋଷ୍ଟ କରିବା କିଛି ଘଂଟା ଭିତରେ ହିଁ ବିଧାୟକଙ୍କ ଦିଲ୍ଲୀ ବାସଭବନରେ ପହଁଚିଥିଲା ଦିଲ୍ଲୀ ପୁଲିସ । 

Advertisment

ଅମାନତୁଲ୍ଲା ଖାନଙ୍କୁ ବାନ୍ଧିଲା ଇଡି
-    ଦିଲ୍ଲୀ ଓ୍ଵାକଫ ବୋର୍ଡର ଅଧ୍ୟକ୍ଷ ଥିବା ବେଳେ ଦୁର୍ନିତୀ ଅଭିଯୋଗ
-    ୨୦୧୬ରେ ହୋଇଥିଲା ନିଯୁକ୍ତି ଦୁର୍ନିତୀ ନେଇ ଅଭିଯୋଗ 
-    ସିବିଆଇ ଅମାନତୁଲ୍ଲା ଖାନଙ୍କ ବିରୋଧାରେ ମାମଲା ରୁଜୁ କରିଥିଲା
-    ଲମ୍ବା ସମୟ ଧରି ସିବିଆଇ କରିଥିଲା ତଦନ୍ତ
-    ସେପ୍ଟେମ୍ବର ୨୦୨୨ରେ ଏସିବି ଅମାନତୁଲ୍ଲା ଖାନଙ୍କୁ ପଚରାଉଚରା କରିଥିଲା
-    ଚଢ଼ାଉରେ ୨୪ ଲକ୍ଷ ଟଙ୍କା ଏବଂ ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିଲା
-    ଅମାନତୁଲ୍ଲା ଖାନଙ୍କୁ ଗିରଫ କରାଯାଇଥିଲା
-    ୨୦୨୨ ଡିସେମ୍ବର ୨୮ତାରିଖରେ ତାଙ୍କୁ ଜାମିନ ମିଳିଥିଲା
-    ଇଡି ମଧ୍ୟ ସମାନ ମାଲାରେ ତଦନ୍ତ ଜାରି ରଖିଥିଲା 
-    ଆର୍ଥିକ ଦୁର୍ନୀତି ନେଇ ତଦନ୍ତ ଚଳାଇଥିଲା ଇଡି
-    ସରକାରୀ ଗାଇଡଲାଇନକୁ ଅଣଦେଖା କରି କାମ କରିଥିବା ଅଭିଯୋଗ
-    ୩୨ଟି ନିଯୁକ୍ତି ବେଆଇନ ଭାବେ ହୋଇଥିବା ଇଡିର ଦାବି
-    ୫ ଜଣ ସମ୍ପର୍କୀୟ ଓ ୨୨ ଜଣ ଓଖଲା ଅଞ୍ଚଳର ଲୋକଙ୍କୁ ନିଯୁକ୍ତି ଦିଆଯାଇଛି
-    ବୋର୍ଡର ଅନେକ ସମ୍ପତ୍ତିକୁ ବେଆଇନ ଭାବେ ଭଡ଼ାରେ ଦେଇଥିବା ଅଭିଯୋଗ
-    ୨୦୨୪ ସେପ୍ଟେମ୍ବର ୨ରେ ଇଡି ଅମାନତୁଲ୍ଲା ଖାନଙ୍କ ଘରେ ପହଞ୍ଚିଥିଲା
-    ସକାଳ ପ୍ରାୟ ୭ଟାରେ ଇଡି ଟିମ୍ ପହଞ୍ଚି ଜେରା କରିଥିଲା
-    ୫ ଘଣ୍ଟାର ପଚରାଉଚରା ପରେ ଇଡି ଅମାନତୁଲ୍ଲାଙ୍କୁ ଗିରଫ କରିଛି

ଆମ ଆଦମୀ ପାର୍ଟି ଦକହିଛି ଅମାନୁତୁଲ୍ଲାଙ୍କୁ ଜାଣିଶୁଣି ଟାର୍ଗେଟ କରାଯାଉଛି । ବିନା ପ୍ରମାଣରେ ଏଭଳି କାର୍ୟ୍ୟାନୁଷ୍ଠାନ କେବଳ ବିଜେପି ନିର୍ଦ୍ଦେଶରେ କରୁଛି  ଇଡି । ବିଜେପି ବିରୋଧରେ ଯିଏ ସ୍ବର ଉଠାଇ ତାକୁ ଇଡି, ସିବିଆଇ ଓ ଆଇଟି ପରି ସରକାରୀ ତଦନ୍ତକାରୀ ସଂସ୍ଥା ଉଠାଇ ନିଅନ୍ତି  ।

ୱାକଫ ବୋର୍ଡ ମାମଲାର ତଦନ୍ତ ବେଳେ ଆଟିଂ କରପସନ ବ୍ୟୁରୋ ବା ଏସିବି ପ୍ରଥମେ ମାମଲାର ଖୋଲତାଡ କରିଥିଲା । ସିବିଆଇ ଚାର୍ଜସିଟ ଦାଖଲର ପ୍ରାୟ ଏକମାସ ପରେ ଅମାନୁତୁଲ୍ଲା ଖାନଙ୍କୁ ଗିରଫ କରାଯାଇଥିଲା । ତେବେ ୨୦୨୨ ଡିସେମ୍ବରରେ ତାଙ୍କୁ ଜାମିନ ମିଳିଥିଲା ।