ଦିଲ୍ଲୀରେ ପରାଜୟ ପରେ ବଦଳିଲା ଆମ୍ ଆଦମୀ ପାର୍ଟିର ରଣନୀତି, କାହାକୁ ମିଳିଲା କେଉଁ ଦାୟିତ୍ୱ ପଢନ୍ତୁ...

ଦିଲ୍ଲୀରେ ଆମ୍ ଆଦମୀ ପାର୍ଟିର ଦାୟିତ୍ୱ ସୌରଭ ଭରଦ୍ୱାଜଙ୍କୁ ଦିଆଯାଇଥିବା ବେଳେ ଦିଲ୍ଲୀରେ ପାର୍ଟିର ମୁଖ୍ୟ ଥିବା ଗୋପାଳ ରାୟଙ୍କୁ ଗୁଜରାଟ ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି । ଆମ୍ ଆଦମୀ ପାର୍ଟିର ରାଜନୈତିକ ମାମଲା ସମିତି (ପିଏସି) ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି ।

02ccccccccc

କନକ ବ୍ୟୁରୋ : ଦିଲ୍ଲୀ ବିଧାନସଭା ନିର୍ବାଚନରେ ପରାଜୟ ପରେ ଆମ୍ ଆଦମୀ ପାର୍ଟି ବଡ଼ ନିଷ୍ପତ୍ତି ନେଇଛି । ଏହି କ୍ରମରେ କିଛି ରାଜ୍ୟର ପ୍ରଭାବୀ ଓ ମୁଖ୍ୟ ପଦବୀ ଅଦଳ ବଦଳ ହୋଇଛି । ଦିଲ୍ଲୀରେ ଆମ୍ ଆଦମୀ ପାର୍ଟିର ଦାୟିତ୍ୱ ସୌରଭ ଭରଦ୍ୱାଜଙ୍କୁ ଦିଆଯାଇଥିବା ବେଳେ ଦିଲ୍ଲୀରେ ପାର୍ଟିର ମୁଖ୍ୟ ଥିବା ଗୋପାଳ ରାୟଙ୍କୁ ଗୁଜରାଟ ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି । ଆମ୍ ଆଦମୀ ପାର୍ଟିର ରାଜନୈତିକ ମାମଲା ସମିତି (ପିଏସି) ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ ସୌରଭ ଭରଦ୍ୱାଜଙ୍କୁ ଦିଲ୍ଲୀର ମୁଖ୍ୟ ଭାବେ ଦାୟିତ୍ୱ ଦିଆଯାଇଥିବା ବେଳେ ୪ ରାଜ୍ୟର ପ୍ରଭାରୀ ଓ ଦୁଇ ରାଜ୍ୟର ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି ।

ଏହି କ୍ରମରେ ମନୀଷ ସିସୋଦିଆଙ୍କୁ ପଞ୍ଜାବର ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି । ଗୁଜରାଟ ପାଇଁ ଗୋପାଳ ରାୟଙ୍କୁ ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଥିବା ବେଳେ ଦୁର୍ଗେଶ ପାଠକଙ୍କୁ ସହ ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି । ସେହିଭଳି ପଞ୍ଜାବ ପାଇଁ ମନୀଷ ସିସୋଦିଆଙ୍କୁ ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଥିବା ବେଳେ ସତ୍ୟେନ୍ଦ୍ର ଜୈନଙ୍କୁ ସହ ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି । ଗୋଆ ପାଇଁ ପଙ୍କଜ ଗୁପ୍ତାଙ୍କୁ ପ୍ରଭାରୀ ଭାବେ ଦାୟିତ୍ୱ ମିଳିଥିବା ବେଳେ ଦୀପକ ସିଂଗଲ, ଆଭାଷ ଚନ୍ଦେଲା ଓ ଅଂକୁଶ ନାରଙ୍ଗଙ୍କୁ ସହ ପ୍ରଭାରୀ ପଦ ମିଳିଛି । ଛତିଶଗଡ ପାଇଁ ସନ୍ଦୀପ ପାଠକଙ୍କୁ ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି । ସେହିଭଳି ମେହରାଜ ମଲିକଙ୍କୁ ଜମ୍ମୁ-କାଶ୍ମୀର ଆମ୍ ଆଦମୀ ପାର୍ଟିର ଅଧ୍ୟକ୍ଷ ପଦ ମିଳିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe