କନକବ୍ୟୁରୋ : ପ୍ରାୟ ତିନି ବର୍ଷ ପରେ ପୁଣି ପରଦାକୁ ଫେରିଲେ  ଅଭିନେତା ଅମୀର ଖାନ ।  ପୂର୍ବରୁ ୨୦୨୨ ରେ ତାଙ୍କ ଫିଲ୍ମ 'ଲାଲ ସିଂହ ଚଡ୍ଡା' ରିଲିଜ୍ ହୋଇଥିଲା ଯାହା ଫ୍ଲପ୍ ହୋଇଥିଲା । ବର୍ତ୍ତମାନ ସେ 'ସୀତାରେ ଜମିନ ପର' ସହ ପରଦାକୁ କମବ୍ୟାକ କରିଛନ୍ତି , ଆଜି ପରଦାରେ ମୁକ୍ତିଲାଭ କରିଛି ଅମୀର ଖାନଙ୍କ ଅଭିନୀତ ଫିଲ୍ଲ 'ସୀତାରେ ଜମିନ ପର' , ଯାହା ସ୍ପାନିସ୍ ଫିଲ୍ମ 'କ୍ୟାମ୍ପେଓନ୍ସ'ର ଏକ ହିନ୍ଦୀ ରୂପାନ୍ତର । ଏହି ଫିଲ୍ମ ଆର. ଏସ. ପ୍ରସନ୍ନଙ୍କ ନିର୍ଦ୍ଦେଶିତ ।

Advertisment

ଫିଲ୍ଲରେ ଅନ୍ୟ ଅଭିନେତା ଭାବରେ ରହିଛନ୍ତି  ଆରୁଷ ଦତ୍ତା, ଗୋପୀ କୃଷ୍ଣନ୍ ବର୍ମା, ବେଦାନ୍ତ ଶର୍ମା, ନମନ ମିଶ୍ର, ରିଷି ଶାହାଣୀ ଏବଂ ରିଷଭ ଜୈନ । 'ସୀତାରେ ଜମିନ୍ ପର' ଅମିର ଖାନ ପ୍ରଡକ୍ସନ୍ସ ବ୍ୟାନରରେ ଫିଲ୍ଲ ଟି ନିର୍ମିତ ହୋଇଛି । ଯେଉଁଥିରେ ଅମୀର ଖାନ ଏବଂ ଜେନେଲିଆ ଦେଶମୁଖ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ।  

ଅମିର ଖାନଙ୍କ ପୁରା ନାମ ହେଉଛି ମହମ୍ମଦ ଅମିର ହୁସେନ ଖାନ ବଲିଉଡର ଜଣେ ଅଭିନେତା, ନିର୍ଦ୍ଦେଶକ, ପ୍ରଯୋଜକ, ସ୍କ୍ରିନ ଲେଖକ ଓ ସ୍ବଚ୍ଛାସେବୀ  । ହିନ୍ଦୀ ଚଳଚ୍ଚିତ୍ର ଜଗତରେ ନିଜ କ୍ୟାରିୟରରେ ସେ ନିଜକୁ ଜଣେ ପ୍ରଖ୍ୟାତ, ପ୍ରତିପତ୍ତିଶାଳୀ ଏବଂ ପ୍ରଭାବଶାଳୀ କଳାକାର ରୂପେ ପ୍ରତିଷ୍ଠିତ କରାଇଛନ୍ତି  ।  ସେ ୪ଟି ଜାତୀୟ ଫିଲ୍ମ ଆୱାର୍ଡ ଓ ୭ଟି ଫିଲ୍ମ ଫେୟାର ଆୱାର୍ଡ ଅର୍ଜନ କରିଛନ୍ତି । ୨୦୦୩ରେ ସେ ପଦ୍ମଶ୍ରୀ ଓ ୨୦୧୦ରେ ପଦ୍ମଭୂଷଣ ମଧ୍ୟ  ପାଇଥିଲେ ।