‘୩ ଇଡିୟଟ୍ସ’ ସିନେମା ପାଇଁ ହଲିଉଡର ଅଫରକୁ ପାଦରେ ଆଡ଼େଇ ନଣ୍ଡା ହୋଇଥିଲେ ଏହି ଅଭିନେତା । ଓମିରୁ ପାଲଟିଥିଲେ ‘ସାଇଲେନ୍ସର’

ରିଲିଜର ୧୫ ବର୍ଷ ପରେ ବି ସିନେମାର ଛାପ ସିନେପ୍ରେମୀଙ୍କ ମନରୁ ଲିଭିନି । ସିନେମାରେ ଅଭିନେତା ଆମିର୍ ଖାନ୍ , ଆର୍.ମାଧବନ୍ ,ଶରମନ୍ ଯୋଶୀଙ୍କ ସହ ଏକ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ଅଭିନେତା ଓମି ବୈଧ୍ । ଓମି ଚତୁର୍ ରାମଲିଙ୍ଗମ୍ ଭୂମିକାରେ ନଜର ଆସିଥିଲେ ଯାହାଙ୍କୁ ସିନେମାରେ ‘ସାଇଲେନ୍ସର’ ବୋଲି ଡକାଯାଉଥିଲା ।

3 idiots

ବଲିଉଡ୍ ଜଗତରେ ସୁପର୍ ଡୁପର୍ ହିଟ୍ ସିନେମା ଭିତରେ ସାମିଲ୍ ଅଛି ଫିଲ୍ମ ‘୩ ଇଡିୟଟ୍ସ’ । ରିଲିଜର ୧୫ ବର୍ଷ ପରେ ବି ସିନେମାର ଛାପ ସିନେପ୍ରେମୀଙ୍କ ମନରୁ ଲିଭିନି । ସିନେମାରେ ଅଭିନେତା ଆମିର୍ ଖାନ୍ , ଆର୍.ମାଧବନ୍ ,ଶରମନ୍ ଯୋଶୀଙ୍କ ସହ ଏକ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ଅଭିନେତା ଓମି ବୈଧ୍ । ଓମି ଚତୁର୍ ରାମଲିଙ୍ଗମ୍ ଭୂମିକାରେ ନଜର ଆସିଥିଲେ ଯାହାଙ୍କୁ ସିନେମାରେ ‘ସାଇଲେନ୍ସର’ ବୋଲି ଡକାଯାଉଥିଲା । କିନ୍ତୁ ପରେ ଜଣାପଡ଼ିଥିଲା ଯେ ଓମି ଅନ୍ୟ ଏକ ରୋଲ୍ ପାଇଁ ଅଡିସନ୍ ଦେଇଥିଲେ କିନ୍ତୁ ତାଙ୍କୁ ସାଇଲେନ୍ସର ଭୂମିକା ମିଳିଥିଲା । 

silencer

ଓମି ହଲିଉଡରେ କାମ କରିବା ସମୟରେ ଜଣେ ବନ୍ଧୁଙ୍କ ବିବାହରେ ଯୋଗ ଦେବାକୁ ଭାରତ ଆସିଥିଲେ । ଯେଉଁଠାରେ ତାଙ୍କୁ ୩ ଇଡିୟଟ୍ସ ସିନେମା ପାଇଁ ଅଡିସନ୍ ଚାଲିଥିବା କଥା ଜଣାପଡ଼ିଲା । ବଲିଉଡ୍ ସିନେମା ପାଇଁ ଇଚ୍ଛା ରଖୁନଥିବା ଓମିଙ୍କ ଫୋକସ୍ ସବୁବେଳେ ଆମେରିକାନ୍ ପ୍ରୋଜେକ୍ଟ ଉପରେ ଥିଲା । ଓମିଙ୍କ କହିବାନୁସାରେ , ଯେତେବେଳେ ସେ ଅଡିସନ୍ ଦେବାକୁ ପହଂଚିଥିଲେ କାଷ୍ଟିଙ୍ଗ୍ ଡାଇରେକ୍ଟର ତାଙ୍କୁ ରାଜୁ ରସ୍ତୋଗୀ ଭୂମିକା ପାଇଁ ୨ ପେଜର ଡାଇଲଗ୍ ପ୍ରାକ୍ଟିସ୍ କରିବାକୁ କହିଥିଲେ । ଦୀର୍ଘ ୪ ଘଣ୍ଟା ପ୍ରୟାସ ପରେ ଓମି ଅଡିସନ୍ ଦେଲେ କିନ୍ତୁ ରିଜେକ୍ଟ ହେଲେ । 

 720

ଓମି କୁହନ୍ତି , ୩ ଇଡିୟଟ୍ସ ସିନେମା ପାଇଁ ସେ ହଲିଉଡର ସିନେମା ‘ହାଓ ଆଇ ମେଟ୍ ୟୋର୍ ମଦର୍’ କୁ ହାତଛଡ଼ା କରିଥିଲେ । ୨ ଟି ସିନେମା ଗୋଟିଏ ସମୟରେ ସୁଟିଂ ହେଉଥିବାରୁ ସେ ସମୟ ଦେଇପାରିଲେ ନାହିଁ । ପ୍ରଥମେ ନିଜ ଡାଇଲଗକୁ ନେଇ ରିଜେକ୍ଟ ହୋଇଥିବା ଓମି ପରମୁହୂର୍ତ୍ତରେ ସାଇଲେନ୍ସର ଭୂମିକାରେ ସିଲେକ୍ଟ ହୋଇଥିଲେ । ସାଇଲେନ୍ସର ଭୂମିକା ତାଙ୍କୁ ଏତେ ଲୋକପ୍ରିୟ କରାଇଲା ଯେ ସିନେପ୍ରେମୀଙ୍କୁ ଚତୁର୍ ରାମଲିଙ୍ଗମ୍ କହିଲେ ୩ ଇଡିୟଟ୍ସ ସିନେମା ଆଗ ମନେପଡ଼େ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe