ବଲିଉଡ୍ ଜଗତରେ ସୁପର୍ ଡୁପର୍ ହିଟ୍ ସିନେମା ଭିତରେ ସାମିଲ୍ ଅଛି ଫିଲ୍ମ ‘୩ ଇଡିୟଟ୍ସ’ । ରିଲିଜର ୧୫ ବର୍ଷ ପରେ ବି ସିନେମାର ଛାପ ସିନେପ୍ରେମୀଙ୍କ ମନରୁ ଲିଭିନି । ସିନେମାରେ ଅଭିନେତା ଆମିର୍ ଖାନ୍ , ଆର୍.ମାଧବନ୍ ,ଶରମନ୍ ଯୋଶୀଙ୍କ ସହ ଏକ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ଅଭିନେତା ଓମି ବୈଧ୍ । ଓମି ଚତୁର୍ ରାମଲିଙ୍ଗମ୍ ଭୂମିକାରେ ନଜର ଆସିଥିଲେ ଯାହାଙ୍କୁ ସିନେମାରେ ‘ସାଇଲେନ୍ସର’ ବୋଲି ଡକାଯାଉଥିଲା । କିନ୍ତୁ ପରେ ଜଣାପଡ଼ିଥିଲା ଯେ ଓମି ଅନ୍ୟ ଏକ ରୋଲ୍ ପାଇଁ ଅଡିସନ୍ ଦେଇଥିଲେ କିନ୍ତୁ ତାଙ୍କୁ ସାଇଲେନ୍ସର ଭୂମିକା ମିଳିଥିଲା ।
/kanak/media/media_files/2024/12/26/sYAZmgyH3b945aMTUzSQ.webp)
ଓମି ହଲିଉଡରେ କାମ କରିବା ସମୟରେ ଜଣେ ବନ୍ଧୁଙ୍କ ବିବାହରେ ଯୋଗ ଦେବାକୁ ଭାରତ ଆସିଥିଲେ । ଯେଉଁଠାରେ ତାଙ୍କୁ ୩ ଇଡିୟଟ୍ସ ସିନେମା ପାଇଁ ଅଡିସନ୍ ଚାଲିଥିବା କଥା ଜଣାପଡ଼ିଲା । ବଲିଉଡ୍ ସିନେମା ପାଇଁ ଇଚ୍ଛା ରଖୁନଥିବା ଓମିଙ୍କ ଫୋକସ୍ ସବୁବେଳେ ଆମେରିକାନ୍ ପ୍ରୋଜେକ୍ଟ ଉପରେ ଥିଲା । ଓମିଙ୍କ କହିବାନୁସାରେ , ଯେତେବେଳେ ସେ ଅଡିସନ୍ ଦେବାକୁ ପହଂଚିଥିଲେ କାଷ୍ଟିଙ୍ଗ୍ ଡାଇରେକ୍ଟର ତାଙ୍କୁ ରାଜୁ ରସ୍ତୋଗୀ ଭୂମିକା ପାଇଁ ୨ ପେଜର ଡାଇଲଗ୍ ପ୍ରାକ୍ଟିସ୍ କରିବାକୁ କହିଥିଲେ । ଦୀର୍ଘ ୪ ଘଣ୍ଟା ପ୍ରୟାସ ପରେ ଓମି ଅଡିସନ୍ ଦେଲେ କିନ୍ତୁ ରିଜେକ୍ଟ ହେଲେ ।
/kanak/media/media_files/2024/12/26/KZUK5AROCKVWD9O6OTMg.jpg)
ଓମି କୁହନ୍ତି , ୩ ଇଡିୟଟ୍ସ ସିନେମା ପାଇଁ ସେ ହଲିଉଡର ସିନେମା ‘ହାଓ ଆଇ ମେଟ୍ ୟୋର୍ ମଦର୍’ କୁ ହାତଛଡ଼ା କରିଥିଲେ । ୨ ଟି ସିନେମା ଗୋଟିଏ ସମୟରେ ସୁଟିଂ ହେଉଥିବାରୁ ସେ ସମୟ ଦେଇପାରିଲେ ନାହିଁ । ପ୍ରଥମେ ନିଜ ଡାଇଲଗକୁ ନେଇ ରିଜେକ୍ଟ ହୋଇଥିବା ଓମି ପରମୁହୂର୍ତ୍ତରେ ସାଇଲେନ୍ସର ଭୂମିକାରେ ସିଲେକ୍ଟ ହୋଇଥିଲେ । ସାଇଲେନ୍ସର ଭୂମିକା ତାଙ୍କୁ ଏତେ ଲୋକପ୍ରିୟ କରାଇଲା ଯେ ସିନେପ୍ରେମୀଙ୍କୁ ଚତୁର୍ ରାମଲିଙ୍ଗମ୍ କହିଲେ ୩ ଇଡିୟଟ୍ସ ସିନେମା ଆଗ ମନେପଡ଼େ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/media_files/2024/12/26/fFN7272ainublWxTdXSQ.webp)