କନକ ବ୍ୟୁରୋ : ଆମ୍‌ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ଗୁଜୁରାଟର ବିସାବଦର ଉପନିର୍ବାଚନ ପାଇଁ ଜୋରଦାର ପ୍ରଚାର କରୁଛନ୍ତି । ସ୍ଥାନୀୟ ଅଞ୍ଚଳରେ ଏକ ସାଧାରଣ ସଭାରେ ବିଜେପିକୁ କଡ଼ା ସମାଲୋଚନା କରିଛନ୍ତି କେଜ୍ରିୱାଲ । ସେ କହିଛନ୍ତି ଯେ ବିଜେପି ତା'ର ୩୦ ବର୍ଷର ଶାସନରେ ଗୁଜରାଟକୁ ୫୦ ବର୍ଷ ପଛକୁ ଠେଲି ଦେଇଛି । ଆଜି ଗୁଜରାଟରେ ବିଦ୍ୟୁତ, ପାଣି, ରାସ୍ତା ଏବଂ ନିଯୁକ୍ତି ଆଦି ନାହିଁ । ସବୁଠି ଅରାଜକତା , ସାରା ବିଶ୍ୱରେ ଉତ୍କୃଷ୍ଟମାନର ରାସ୍ତା ନିର୍ମାଣ ହେଉଛି କିନ୍ତୁ ବିଜେପି ୩୦ ବର୍ଷ ମଧ୍ୟରେ ଗୋଟିଏ ଭଲ ରାସ୍ତା ମଧ୍ୟ ନିର୍ମାଣ କରିପାରି ନାହିଁ । 

Advertisment

ସେ ଆହୁରି ମଧ୍ୟ କହିଛନ୍ତି ଯେ କହିଥିଲେ ଯେ ବିଜେପି ୩୦ ବର୍ଷ ଧରି ଗୁଜରାଟରେ ଥିଲେ ମଧ୍ୟ ବିସାବାଦର ଲୋକମାନେ ୨୦ ବର୍ଷ ହେଲା ଏଠାରେ ତାଙ୍କୁ ଜିତିବାକୁ ଦେଇନାହାନ୍ତି । ବିସାବଦର ନିର୍ବାଚନ ମହାଭାରତ ଠାରୁ କମ୍ ନୁହେଁ । ବିଜେପି ପାଖରେ ପଇସା ଆଉ ପାୱାର ଅଛି ହେଲେ  'ଆପ୍‌' ପାଖରେ ଜନତାଙ୍କ ଭଲପାଇବା ଅଛି । ଲୋକମାନେ 'ଆପ୍‌'କୁ ହିଁ ବାଛିବେ ।

ଗୁଜରାଟର ବିଭିନ୍ନ ସମସ୍ୟାକୁ ଢ଼ାଲ କରି ବିଜେପି ଉପରେ ବର୍ଷିଛନ୍ତି କେଜ୍ରିୱାଲ । ସେ କହିଛନ୍ତି ,ଗୁଜରାଟର ରାସ୍ତାର ଅବସ୍ଥା ଏପରି ଯେ ୪୦ ସ୍ପିଡ୍‌ରେ ମଧ୍ୟ ଗାଡ଼ି ଚଲାଇ ହେଉନାହିଁ । ଗାଁରୁ ସହର ପର୍ଯ୍ୟନ୍ତ ଉପଯୁକ୍ତ ବିଦ୍ୟୁତ୍ ଏବଂ ରାସ୍ତା ନାହିଁ । ସରକାରୀ ଚାକିରି ପାଇଁ ହେବାକୁଥିବା ପରୀକ୍ଷାଗୁଡ଼ିକର ପେପର୍‌ ଲିକ୍ ହେଇଯାଉଛି । ଯୁବକମାନଙ୍କୁ ନିଯୁକ୍ତି ମିଳୁନାହିଁ । ଚାଷୀମାନଙ୍କୁ ବିଦ୍ୟୁତ୍, ପାଣି, ସାର ଏବଂ ଫସଲର ମୂଲ୍ୟ ମିଳୁନାହିଁ । ୩୦ ବର୍ଷ ଶାସନ କରିବା ପରେ ମଧ୍ୟ ବିଜେପି ଗୁଜରାଟର ଲୋକମାନଙ୍କୁ କିଛି ଦେଇନାହିଁ । 

ସେଥିପାଇଁ ଗୁଜରାଟରେ ବିଜେପି ୩୦ ବର୍ଷ ହେଲା ଶାସନ କଲେ ସୁଦ୍ଧା ବିଗତ ୨୦ ବର୍ଷ ହେଲା ବିସାବଦର ଲୋକେ ସେଠାରେ ତାଙ୍କୁ ସୁଯୋଗ ଦେଉନାହିଁ । ଏହିଭଳି କହି ସାଧାରଣ ସଭାରେ ବିଜେପିକୁ ଟାର୍ଗେଟ୍‌ କରିଛନ୍ତି କେଜ୍ରିୱାଲ୍‌ ।