କନକ ବ୍ୟୁରୋ: ପ୍ରଥମେ ପ୍ରେମ ଆଉ ତାପରେ ପ୍ରତାରଣା । ଇନ୍ଷ୍ଟାଗ୍ରାମରୁ ଆରମ୍ଭ ହୁଏ ପ୍ରେମ । ଆଉ ତାପରେ ବିବାହର ପ୍ରତିଶ୍ରୁତି ଦେଇ ସମ୍ପର୍କ ରଖିବା ପରେ ଯବୁତୀଙ୍କୁ ମିଳିଲା ଧୋକା। ଏହିଭଳି ଅଭିଯୋଗ ଆଣି ମାସେ ହେଲା ପ୍ରେମିକ ଘର ଆଗରେ ଧାରଣାରେ ବସିଛି ପ୍ରତାରିତା ପ୍ରେମିକା । ମନରେ ଗୋଟିଏ ଜିଦ ପୁଅ ଘରକୁ ନନେଲେ ଆତ୍ମହତ୍ୟା କରିବି । ଗଞ୍ଜାମ ଜିଲ୍ଲା ପ୍ରୟାଗି ଗାଁରେ ଏହି ଘଟଣା ଏବେ ଚର୍ଚ୍ଚାକୁ ଆସିଛି। ଅଭିଯୋଗକାରୀ ଯୁବତୀ ଜଣକ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଉଠାଣିକୁଦା ଗାଁର । ଇନଷ୍ଟାରେ ସମୀର ତରାଇଙ୍କ ସହ ସମ୍ପର୍କ ପରେ ଏବେ ଘର ସାମନାରେ ନ୍ୟାୟ ଅପେକ୍ଷାରେ ।
ପୁଅ ଘର ସାମନାରେ ଯୁବତୀ ବସିଥିବା ବେଳେ ଏହାର ପରିଣାମ ଭୋଗୁଛନ୍ତି ପୁଅର ପରିବାର ଲୋକ । ଝିଅ ଅନ୍ୟ ଜାତିର ହୋଇଥିବାରୁ ପରିବାରକୁ ବାସନ୍ଦ କରିଛନ୍ତି । ଘରର କୌଣସି କର୍ମ କ୍ରିୟାରେ ମଧ୍ୟ ସାମିଲ ହେଉନାହାନ୍ତି । ସମସ୍ୟା ନେଇ ପୁଅ ପରିବାର ଥାନାର ଦ୍ୱାରସ୍ଥ ହୋଇ ନ୍ୟାୟ ମାଗିଛନ୍ତି । ସେପଟେ ଘଟଣାର ସମାଧାନ ପାଇଁ ଦୁହିଁଙ୍କୁ ନେଇ କାଉନସେଲିଂ କରାଯାଉଛି । ଉଭୟକୁ ଥାନାକୁ ନେଇ ସମାଧାନ କରାଯିବାକୁ ମିଳିଛି ପ୍ରତିଶ୍ରୁତି ।
ଏକ ମାସ ଧରି ପ୍ରେମିକ ଘରେ ଧାରଣାରେ ବସି ରହିଥିଲେ ବି ପହଂଚିନି ପ୍ରେମିକ । ସେପଟେ ଯୁବତୀଙ୍କ ପାଇଁ ପୁରା ପରିବାର ଭୋଗୁଛି ବାସନ୍ଦ ଦଣ୍ଡ । ଏନେଇ ଖୁବଶୀଘ୍ର ସମାଧାନ ଦାବି କରିଛି ପରିବାର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/07/27/ganjam-2025-07-27-18-06-53.jpg)