କନକ ବ୍ୟୁରୋ: ରାଜଧାନୀରେ ଅସୁରକ୍ଷିତ ପର୍ଯ୍ୟଟନସ୍ଥଳୀ । ଖଣ୍ଡଗିରି ଓ ଉଦୟଗିରି ବୁଲିବାକୁ ଆସିଥିବା ବେଳେ ଜଣେ ଯୁବତୀଙ୍କୁ ଦୁର୍ବ୍ୟବହାର ନେଇ ଆସିଛି ସାଂଘାତିକ ଅଭିଯୋଗ । ଉଦୟଗିରି ପାହାଡ଼ ଉପରେ ଯୁବତୀଙ୍କୁ ଅସଦାଚରଣର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଏହି ଘଟଣା ପରେ ପୁଲିସ କମିଶନର ଓ ଡିସିପିଙ୍କୁ ଭେଟି ନ୍ୟାୟ ଭିକ୍ଷା କରିଛନ୍ତି ପିଡ଼ିତା । ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ପର୍ୟ୍ୟଟନସ୍ଥଳୀରେ ସୁରକ୍ଷା ବଢ଼ାଇବାକୁ ଦାବି ହୋଇଛି ।