କନକ ବ୍ୟୁରୋ : ଭୁବନେଶ୍ବର କିଟ୍ କଲେଜରେ ଛାତ୍ରୀ ମୃତ୍ୟୁ ଘଟଣାରେ ସଫେଇ ରଖିଲେ କଲେଜ କର୍ତ୍ତୃପକ୍ଷ । କିଟ୍ କୂଳ ସଚିବଙ୍କ ସୂଚନା, ଅଭିଯୁକ୍ତ ଛାତ୍ରଙ୍କ ସହ ମୃତ ନେପାଳୀ ଛାତ୍ରୀଙ୍କ ଥିଲା ପ୍ରେମ ସମ୍ପର୍କ। ମନୋମାଳିନ୍ୟରୁ ଆତ୍ମହତ୍ୟା କରିଥିବା ଜଣାପଡିଛି । ଘଟଣାରେ ଅଭିଯୁକ୍ତ ଛାତ୍ରକୁ ଗିରଫ କରି ତଦନ୍ତ କରୁଛି ପୋଲିସ। ଗତକାଲି ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ପରେ କଲେଜ କ୍ୟାମ୍ପସ୍ରେ ପ୍ରବଳ ଉତ୍ତେଜନା ଦେଖିବାକୁ ମିଳିଥିଲା।
ଅନ୍ୟ ନେପାଳୀ ଛାତ୍ର ସାରା ରାତି କଲେଜ କ୍ୟାମ୍ପସ୍ରେ ବ୍ୟାପକ ଭଙ୍ଗାରୁଜା କରିବା ସହ ଭଙ୍ଗାରୁଜା କରିଥିଲେ। ଏହାକୁ ନେଇ ବିଳମ୍ବିତ ରାତିରେ କ୍ୟାମ୍ପସ୍ ପରିସରରେ ଉତ୍ତେଜନା ଦେଖିବାକୁ ମିଳିଥିଲା । କିଛି ଛାତ୍ର କ୍ୟାମ୍ପସ ଭିତରେ ପଶି ଭଙ୍ଗାରୁଜା କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ରାତି ସାରା କ୍ୟାମ୍ପସ୍ରେ ଉତ୍ତେଜନା ପରେ ଆଜି ଶାନ୍ତିପୂର୍ଣ୍ଣ ଧାରଣା ଦେବେ। ସପଟେ ଅଭିଯୋଗ ପରେ ଅଭିଯୁକ୍ତ ଛାତ୍ରକୁ ଅଟକ ରଖି ଜେରା କରୁଛି ଇନଫୋସିଟି ଥାନା ପୋଲିସ ।