Photograph: (KANAKNEWS)
କନକ ବ୍ୟୁରୋ : ବାଲେଶ୍ବର ପରଖି ଫାଣ୍ଡି ତଥା ସଦର ଥାନା ଅଞ୍ଚଳରେ ଏକ ଅମାନବୀୟ ଘଟଣା ଦେଖିବାକୁ ମିଳିଛି । ଜମି ବିବାଦ ପାଇଁ ଉକ୍ତ ଥାନା ଅଧୀନ ତେଲଗାଡିଆ ଗ୍ରାମର ଯୁବକ ଦେବାଶିଷ ହାତୀଙ୍କୁ ଗତ ୩ ତାରିଖରେ ପ୍ରାଣାନ୍ତକ ଆକ୍ରମଣ ହୋଇଥିବା ବେଳେ ସଦର ଥାନା ପୁଲିସ ହାତ ବାନ୍ଧି ବସିଛି । ଅଭିଯୁକ୍ତମାନେ ଫାଣ୍ଡି ପରିସରରୁ ଖସି ଯାଇଥିଲେ
ଅଧିକ ପଢନ୍ତୁ... ଦ୍ବିତୀୟ ଦିନରେ ଶିକ୍ଷକ ଆନ୍ଦୋଳନ : ଆନ୍ଦୋଳନରୁ ଓହରିବାକୁ ଗଣଶିକ୍ଷା ମନ୍ତ୍ରୀଙ୍କ ଅନୁରୋଧ
ଯୁବକଙ୍କୁ ଗ୍ରାମର କିଛି ଦୁର୍ବୃତ୍ତ ମାଡ଼ ମାରିବା ସହିତ ଦଉଡ଼ିରେ ବାନ୍ଧି ଗାଁ ଦାଣ୍ଡରେ ବାଇକ୍ ରେ ଘୋଷାଡ଼ି ଥିଲେ। ଯୁବକ ଅଚେତ ହୋଇଯିବା ପରେ ତାଙ୍କୁ ଆଣି ପରିଖି ଫାଣ୍ଡି ମଧ୍ୟରେ ଫିଙ୍ଗି ଚାଲିଯାଇଥିଲେ। ଯୁବକଙ୍କୁ ଅନ୍ୟ ବ୍ୟକ୍ତି ଆକ୍ରମଣ କରିଥିବା, ସେମାନେ କେବଳ ଯୁବକକୁ ଉଦ୍ଧାର କରି ଆଣିଥିବା ସଫେଇ ଦେଇ ଅଭିଯୁକ୍ତମାନେ ଫାଣ୍ଡି ପରିସରରୁ ଖସି ଯାଇଥିଲେ ।
ଏହି ଘଟଣାକୁ ଫାଣ୍ଡି ଠାରୁ ନେଇ ସଦର ଥାନା ପୁଲିସ ଅତ୍ୟନ୍ତ ହାଲୁକା ଭାବେ ଗ୍ରହଣ କରିଥିବା ଅଭିଯୋଗ ହୋଇଛି । ଘଟଣାକୁ ୩ ଦିନ ବିତିଥିଲେ ବି କାହାରିକୁ ପୁଲିସ ଗିରଫ କରିନାହିଁ। ଯୁବକ ଜଣଙ୍କ ଚିକିତ୍ସାଧୀନ ରହିଛନ୍ତି। ଏ ସମ୍ପର୍କରେ ଏସ୍ ପି ପ୍ରତ୍ୟୁଷ ଦିବାକରଙ୍କୁ ପଚାରିବାରୁ ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ।
Follow Us