ରାଉରକେଲା ଛେଣ୍ଡ ପେଟ୍ରୋଲ ପମ୍ପ ନିକଟରେ ଯୁବକଙ୍କୁ ହତ୍ୟା ଘଟଣା । ଡେମୋ ଦେଖାଇଲା ଅଭିଯୁକ୍ତ

ରାଉରକେଲା ଛେଣ୍ଡ ପେଟ୍ରୋଲ ପମ୍ପ ନିକଟରେ ଯୁବକଙ୍କୁ ନିର୍ମମ ହତ୍ୟା ଘଟଣାର ସିନ ରିକ୍ରିଏସନ କରିଛି ପୁଲିସ ।

11111

କନକବ୍ୟୁରୋ : ରାଉରକେଲା ଛେଣ୍ଡ ପେଟ୍ରୋଲ ପମ୍ପ ନିକଟରେ ଯୁବକଙ୍କୁ ନିର୍ମମ ହତ୍ୟା ଘଟଣାର ସିନ ରିକ୍ରିଏସନ କରିଛି ପୁଲିସ। ସେଦିନ କେମିତି ଘଟିଥିଲା ପୁରା ଘଟଣା, ତାର ଡେମୋ ଦେଖାଇଛି ଅଭିଯୁକ୍ତ।

ନିଜ ଭିଣୋଇକୁ ହତ୍ୟା କରିଥିବା ସ୍ବୀକାର କରିଛି ଅଭିଯୁକ୍ତ ଶଳା। ମୃତକ ଭିଣୋଇ ହେଉଛନ୍ତି ସାକିର ହୁସେନ। ଅଭିଯୁକ୍ତ ଶଳା ହେଉଛନ୍ତି ମହମ୍ମଦ ଅମୀର। 

ଗତ ବୁଧବାର ଦିନ ଘଟିଥିଲା ଏହି ହତ୍ୟାକାଣ୍ଡ। ନିଜ ଶାଳକଙ୍କ ସହ ବୁଲିବାକୁ ଯାଇଥିବା ବେଳେ ଉଭୟଙ୍କ ମଧ୍ୟରେ କୌଣସି କାରଣରୁ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉଭୟେ ଧାରୁଆ ଅସ୍ତ୍ରରେ ପରସ୍ପରକୁ ଆକ୍ରମଣ କରିଥିଲେ।

ସାକିର ଏକ ଧାରୁଆ ଅସ୍ତ୍ରରେ ଅମିରଙ୍କ ବେକକୁ ଆକ୍ରମଣ କରିବାରୁ ପ୍ରବଳ ରକ୍ତସ୍ରାବ ହେବାସହ ଗୁରୁତର ହୋଇପଡ଼ିଥିଲେ। ଜବାବରେ ଅମିର ଆଉ ଏକ ଧାରୁଆ ଅସ୍ତ୍ରରେ ଭିଣୋଇ ସାକିରଙ୍କ ମୁଣ୍ଡଙ୍କୁ ବାରମ୍ବାର ଆକ୍ରମଣ କରିବାରୁ ସେ ଘଟଣାସ୍ଥଳରେ ହିଁ ଟଳିପଡ଼ିଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe