ଟ୍ରେଡିଂ ଆପରେ ଫସିଗଲେ ଯୁବକ । ବିବାହ ପୂର୍ବରୁ କଲେ ଆତ୍ମହତ୍ୟା

Advertisment

ଟ୍ରେଡିଂ ଆପ ନେଲା ଯୁବକଙ୍କ ଜୀବନ । କ୍ଷତି ସହିନପାରି ଟ୍ରେନଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି ଯୁବକ । ଝାରୁସୁଗୁଡାରୁ ଆସିଛି ଏଭଳି ଦୁଃଖ ଖବର

ଟ୍ରେଡିଂ ଆପ ନେଲା ଯୁବକଙ୍କ ଜୀବନ । କ୍ଷତି ସହିନପାରି ଟ୍ରେନଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି ଯୁବକ । ଝାରୁସୁଗୁଡାରୁ ଆସିଛି ଏଭଳି ଦୁଃଖ ଖବର

trading loss

କନକ ବ୍ୟୁରୋ: ଟ୍ରେଡିଂ ଆପ ନେଲା ଯୁବକଙ୍କ ଜୀବନ । କ୍ଷତି ସହିନପାରି ଟ୍ରେନଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି ଯୁବକ । ଝାରୁସୁଗୁଡାରୁ ଆସିଛି ଏଭଳି ଦୁଃଖ ଖବର । ବିବାହର ସପ୍ତାହେ ପୂର୍ବରୁ ସେ ଜୀବନ ହାରିଛନ୍ତି । ଆଉ ହ୍ବାଟସଅପରେ ଘର ଲୋକଙ୍କୁ ଯେଉଁ ମେସେଜ ଦେଇଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । 

  • ଟ୍ରେଡିଂ ଆପରେ ଫସିଗଲେ ଯୁବକ
  • ବିବାହ ପୂର୍ବରୁ ଆତ୍ମହତ୍ୟା

ଅଚ୍ୟୁତାନନ୍ଦ ସାହୁ, ଟ୍ରେଡିଂ ଆପରେ ସର୍ବସ୍ୱ ହରାଇ ଶେଷରେ ଡ୍ରେନ ଲାଇନକୁ ଡେଇଁ କରିଛନ୍ତି ଆତ୍ମହତ୍ୟା । ତେବେ ଆତ୍ମହତ୍ୟା ପୂର୍ବର ହ୍ବାଟ୍ସଅପରେ ସୁଇସାଇଡ ନୋଟ୍, ଯିଏ ଶୁଣିବ ସେ ବି  ଅନଲାଇନ ଟ୍ରେଡିଂ କରିବା ପାଇଁ ଅନେକ ଥର ଚିନ୍ତା କରିବ । ଅଚ୍ୟୁତାନନ୍ଦ ସୁଇସାଇଡ ନୋଟରେ ଲେଖିଛନ୍ତି, ନା ମୁଁ ଭଲ ପୁଅ ହେଇପାରିଲି, ନା ଭଲ ଭାଇ, ନା ଭଲ ମାମୁଁ, ନା ଭଲ ଦାଦା, ନା ଭଲ ସାଙ୍ଗ। ସମସ୍ତଙ୍କ ବିଶ୍ବାସ ଆଉ ମନକୁ ଆଘାତ ଦେଇଛି। ଜୀବନରେ ଗୋଟେ ଭୁଲ ଯୋଗୁ ଜୀବନ ହରେଇବାକୁ ବାଧ୍ୟ ହେଉଛି। ଟ୍ରେଡିଂ ଆପ୍‌ରେ ସବୁ ପଇସା ହରେଇବସିଲି। ଆଉ ୨୦-୨୫ ଲକ୍ଷର ଲୋନ୍‌ ବି କରିଦେଇଥିଲି ଏଥିରୁ ଓଭରକମ୍‌ କରିବା ପାଇଁ। କିନ୍ତୁ ସଫଳ ହୋଇପାରିଲିନି। ମୋତେ କ୍ଷମା କରିଦେବେ, ମୋ ଭୁଲ ପାଇଁ ମୁଁ ହିଁ ଦାୟୀ’। ଟ୍ରେଡିଂ ଆପର କ୍ଷତି ସହିନପାରି ଝାରସୁଗୁଡ଼ା ଜିଆର୍‌ପି ଥାନା ଅନ୍ତର୍ଗତ ବାଲିଜୁରୀରେ ରହୁଥିବା ଅଚ୍ୟୁତା ନନ୍ଦ ସାହୁ ଏଭଳି ଚରମ ପଦକ୍ଷେପ ନେଇଛନ୍ତି । ଅଚ୍ୟୁତାନନ୍ଦ ଝାରସୁଗୁଡ଼ା ସହରର ଏକ ହୋଟେଲରେ ମୁଖ୍ୟ କ୍ୟାସ୍‌ ପରିଚାଳକ ଭାବେ କାର୍ଯ୍ୟରତ ଥିଲେ।  

  • ୧୭ ତାରିଖରେ ହୋଇଥାନ୍ତା ବିବାହ
  • ଆତ୍ମହତ୍ୟା ପୂର୍ବରୁ ଘରକୁ ପଠାଇଲେ ମେସେଜ

ଆତ୍ମହତ୍ୟା କରିବା ପୂର୍ବରୁ ଅଚ୍ୟୁତାନନ୍ଦ  ନିଜ ଘରକୁ ଏକ ଲମ୍ବା ସୁଇସାଇଡ୍‌ ନୋଟ୍‌ ହ୍ବାଟସଆପ୍‌ରେ ପଠାଇଥିଲେ। ଏଥିରେ ଟେଡ୍ରିଂ ଆପ୍‌ରେ ଟଙ୍କା ହରାଇଥିବା କାରଣରୁ ଆତ୍ମହତ୍ୟା କରିବାକୁ ଯାଉଥିବା ଲେଖିଥିଲେ । ପରିବାର ଲୋକେ ହୋଟେଲ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । ଆଉ ପୁଲିସ ପାଖକୁ ଖବର ଯିବାବେଳକୁ ସବୁ ସରିଯାଇଥିଲା । କ୍ଷତ ବିକ୍ଷତ ମୃତଦେହ ରେଳ ଧାରଣାରେ ପଡ଼ିଥିଲା। ଆସନ୍ତା ୧୭ ତାରିଖରେ ଅଚ୍ୟୁତାନନ୍ଦଙ୍କ ବିବାହ ସ୍ଥିର ହୋଇଥିବା ବେଳେ ଏହାର ସପ୍ତାହେ ପୂର୍ବରୁ ତାଙ୍କ ଆତ୍ମହତ୍ୟା ଘଟଣା ସମସ୍ତଙ୍କୁ ବେଶ୍‌ ବିଚଳିତ କରିଦେଇଛି।

ଅଚ୍ୟୁତାନନ୍ଦଙ୍କ ଘର କେନ୍ଦ୍ରାପଡା ଜିଲ୍ଲାରେ ଓ ସେ ଏଠାରେ ରହି କାମ କରୁଥିଲେ । ଗତ ମେ’ ମାସରେ ଟ୍ରେଡିଂ ଆପ୍‌ରୁ କ୍ଷତି ସହିବା ପରେ ଓରିଏଣ୍ଟ ଥାନା ଅଞ୍ଚଳର ଜଣେ ଯୁବକ ନିଜ ସ୍ତ୍ରୀ ଓ ଝିଅକୁ ଗୁଳି କରି ହତ୍ୟା କରିବା ପରେ ନିଜକୁ ଗୁଳି କରି ଆତ୍ମହତ୍ୟା କରଥିଲେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe