Project Photograph: (KanakNews)
କନକ ବ୍ୟୁରୋ: ବର୍ଷେ ଗଲାନାହିଁ ୫ କୋଟିର କାମ । ଧସିଲା ପଥର ସ୍ପର। କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ ବଛରେଇ ଗଡ଼ା ନିକଟରେ ଲୁଣା ନଦୀର ଡାହାଣ ପଟେ ବର୍ଷେ ତଳେ ନିର୍ମାଣ ହୋଇଥିବା ପଥର ସ୍ପର। ନଈକୂଳିଆ ଗାଁକୁ ସୁରକ୍ଷା ଦେବା ବଦଳରେ ଏବେ ନିଜ ସୁରକ୍ଷା ଖୋଜୁଛି ଏହି ବନ୍ଧ। ଆଉ ବର୍ତ୍ତମାନର ସ୍ଥିତିକୁ ଦେଖି ସ୍ଥାନୀୟ ଲୋକେ କାମର ମାନକୁ ନେଇ ପ୍ରଶ୍ନ କରିବା ସହ ଭୟଭୀତ ହୋଇଛନ୍ତି ।
ଅଧିକ ପଢନ୍ତୁ : ଖାଦାନରେ ଧସିଲା ପଥର ଅତଡା : ପଥର ତଳେ ଚାପି ହୋଇ ୨ଜଣଙ୍କର ମୃତ୍ୟୁ, ଜଣେ ଗୁରୁତର
ଗତକିଛି ବର୍ଷ ହେବ ନଦୀର ବିଭିନ୍ନ ସ୍ଥାନରେ ବଡ଼ବଡ଼ ଅତଡ଼ା ଖାଉଥିଲା। ନଈ ପଠାରେ ଥିବା ଚାଷ ଜମିଗୁଡ଼ିକ ନଦୀ ଗର୍ଭରେ ଲୀନ ହୋଇଯାଉଥିଲା। ଏହାକୁ ଦୃଷ୍ଟିରେ ରଖି ମହାନଦୀ ନର୍ଥ ଡିଭିଜନ ପକ୍ଷରୁ ବର୍ଷକ ତଳେ ଏହି ସ୍ପର ନିର୍ମାଣ କରାଯାଇଥିଲା। ଖବର ପାଇ ବିଭାଗୀୟ ଅଧିକାରୀ ମାନେ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ଝର ପଡୁଥିବାରୁ ସ୍ପର ଖସୁଛି। ଯଥା-ଶିଘ୍ର ଏହାର ମରାମତି କରାଯିବ, ସେଥିପାଇଁ ପଥର ମହଜୁଦ ରଖାଯାଇଥିବା କହିଛନ୍ତି ବାଛି।
Follow Us