କନକବ୍ୟୁରୋ:୩ ଦିନ ହେଲା ଟାପୁରେ ଫସିଛନ୍ତି ଜଣେ ମହିଳାଙ୍କ ସମେତ ୫ ଜଣ ଗ୍ରାମବାସୀ । ସୁନ୍ଦରଗଡ଼ ଜିଲ୍ଲା ସୀମାନ୍ତ କତେଇବେରା ନିକଟ ଇବ ଏବଂ ସାନ ନଦୀ ମଝି କପଟଦ୍ବାର ଟାପୁରେ ଫସିରହିଥିବା ଦେଖିବାକୁ ମିଳିଛି ।
ସେଥିମଧ୍ୟରେ ୩ ଜଣ ଛେଳି ଚରାଳି ଏବଂ ୨ ଜଣ ଗ୍ରାମବାସୀ ଅଛନ୍ତି । ଛେଳି ଚରାଇବାକୁ ଯାଇଥିବା ବେଳେ ହଠାତ୍ ନଦୀରେ ପାଣି ଆସିବା ଫଳରେ ଫସିରହିଛନ୍ତି ଛେଳି ଚରାଳି । ତାଙ୍କୁ ଉଦ୍ଧାର କରିବାକୁ ଯାଇ ୨ ଜଣ ଗ୍ରାମବାସୀ ଫସି ରହିଛନ୍ତି। ପାଣି ଅଧିକ ଥିବାରୁ ହୋଇପାରୁ ନାହିଁ ଉଦ୍ଧାର କାର୍ଯ୍ୟ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/fS7ljS9UCAO3zYkISgWp.jpg)