କନକ ବ୍ୟୁରୋ : ଦେବଗଡ଼ କୁଣ୍ଢେଇଗଳା ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ସଙ୍ଗାପୋଷି ଗାଁରେ ମହିଳାଙ୍କୁ କଚାଡ଼ି ମାରିଲା ଦନ୍ତାହାତୀ । ସୂଚନା ଅନୁସାରେ ଗାଁର ଦିଗାମ୍ବର ବେହେରା ଘର ନିକଟରେ ହାତୀର ଶଦ୍ଦ ଶୁଣି ବାଡ଼ିପଟେ ଥିବା ମକାବିଲକୁ ଯାଇଥିଲେ । ଏହିସମୟରେ ହାତୀପଲ ଦମ୍ପତିଙ୍କୁ ଆକ୍ରମଣ କରିଥିଲେ ।
କୁନି ବେହେରାଙ୍କୁ ଶୁଣ୍ଢରେ ଟେକିନେଇ କଚାଡ଼ି ଦେଇଥିଲା । ଗୁରୁତର ଅବସ୍ଥାରେ ମହିଳାଙ୍କୁ ଉଦ୍ଧାର କରି ତୁରନ୍ତ ଅନଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ l ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ l ସୂଚନା ପାଇ ବନବିଭାଗ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।