କନକବ୍ୟୁରୋ : ଜଣେ ମହିଳା ହୋଇପାରନ୍ତି ବିଜେପିର ନୂଆ ମୁଖିଆ । ପ୍ରଥମ ଥର ପାଇଁ ଦଳ ଜଣେ ମହିଳାଙ୍କୁ ଅଧ୍ୟକ୍ଷ ପଦବୀରେ ବସାଇବାକୁ ଯୋଜନା  କରୁଛି ।  ବିଜେପି ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷକୁ ନେଇ ଏଥର ମହିଳା କାର୍ଡ ଖେଳିପାରେ ଦଳ ।   ମିଳିଥିବା ସୂଚନା ମୁତାବକ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ରେସରେ ସବୁଠୁ ଆଗରେ ଅଛନ୍ତି ।  

Advertisment

ଏବେର ଅଧ୍ୟକ୍ଷ ଜେପି ନଡ୍ଶାଙ୍କ କାର୍ଯ୍ୟକାଳ ୨୦୨୩ ଜାନୁଆରୀରେ ସରିବାର ଥିଲା ।  କିନ୍ତୁ ଲୋକସଭା ନିର୍ବାଚନ ପାଇଁ  ଜୁନ ୨୦୨୪ ପର୍ଯ୍ୟନ୍ତ ନଡ୍ଡାଙ୍କ କାର୍ଯ୍ୟକାଳ ବଢାଇ ଦିଆଯାଇଛି ।  ଜାତୀୟ ଗଣମାଧ୍ୟମରେ ରିପୋର୍ଟ ମୁତାବକ,  ନିର୍ମଳା ସୀତାରମଣଙ୍କ ସହ ରେସରେ ଅଛନ୍ତି  ବିଜେପି ନେତ୍ରୀ ଡି ପୁରନ୍ଦେଶ୍ବରୀ ଏବଂ ଭନାଥି ଶ୍ରୀନିବାସନ । ଏହି ତିନି ମହିଳା ଦକ୍ଷିଣ ଭାରତର ।  ବିଜେପି ଦକ୍ଷିଣ ଭାରତକୁ ଫୋକସରେ ରଖି ଏଭଳି ନିଷ୍ପତ୍ତି ନେଇପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।

 ନିକଟରେ ସୀତାରମଣ ଜେପି ନଡ୍ଡା ଏବଂ ଦଳର ସାଧାରଣ ସମ୍ପାଦକ ବିଏଲ ସନ୍ତୋଷଙ୍କ ସହ ଉଚ୍ଚସ୍ତରୀୟ ବୈଠକ କରିଥିଲେ । ଅଧ୍ୟକ୍ଷ ପାଇଁ ସୀତାରମଣଙ୍କ ନାମ ପ୍ରସ୍ତାବ ଦିଆଯାଇଥିବା କୁହାଯାଉଛି ।  ସେହିପରି ଆନ୍ଧ୍ରପ୍ରଦେଶର ପୂର୍ବତନ ବିଜେପି ସଭାପତି ଡି ପୁରନ୍ଦେଶ୍ବରୀ ଏହି ରେସରେ ଅଛନ୍ତି । ସେ ପୂର୍ବରୁ ଓଡ଼ିଶାର ମଧ୍ୟ ପ୍ରଭାରୀ ଦାୟିତ୍ବରେ ଥିଲା ।  

ବିଦେଶକୁ ଯାଇଥିବା ଅପରେସନ ସିନ୍ଦୂର ପ୍ରତିନିଧିଙ୍କ ମଧ୍ୟରେ ଥିଲେ ପୁରେନ୍ଦଶ୍ବରୀ । ଅଧ୍ୟକ୍ଷ ରେସରେ ତୃତୀୟ ନାମ ଭାବେ ଭନାଥୀ ଶ୍ରୀନିଭାସନ ନାମ ଥିବା ଚର୍ଚ୍ଚା ହେଉଛି । ତାମିଲନାଡୁର  ଶ୍ରୀନିଭାସନ ଓକିଲାତିରୁ ରାଜନୀତିକୁ ଆସିଥିଲେ । ୨୦୨୦ ରେ ସେ ବିଜେପି ମହିଳା ମୋର୍ଚ୍ଚାର ଜାତୀୟ ସଭାପତି ଥିଲେ ।  ୨୦୨୨ରେ ଶ୍ରୀ ନିଭାସନ ବିଜେପି କେନ୍ଦ୍ର ନିର୍ବାଚନ କମିଟିର ସଦସ୍ୟ ଅଛନ୍ତି ।  ସୂଚନା ମୁତାବକ ଆରଏସଏସ ପକ୍ଷରୁ  ଜଣେ ମହିଳାଙ୍କୁ ଅଧ୍ୟକ୍ଷ ନିର୍ବାଚିତ କରିବାକୁ ପ୍ରସ୍ତାବ ମିଳିଛି ।