କନକ ବ୍ୟୁରୋ: ସତରେ ମୃତ୍ୟୁ କେତେବେଳେ ଆସିବ ତାହା କେହି ଯାଣନ୍ତି ନାହିଁ । ବନ୍ଧୁଙ୍କ ବିବାହ ସମାରୋହରେ ଯୋଗ ଦେବାକୁ ଯାଇଥିଲେ ଆମାଜନର ଜଣେ କର୍ମଚାରୀ । ଷ୍ଟେଜ୍ ଉପରେ ବିବାହିତ ଦମ୍ପତ୍ତିଙ୍କୁ ଉପହାର ଦେଉଥିବାବେଳେ ହେଲା ଛାତିରେ ଯନ୍ତ୍ରଣା । ଆଉ ସେଇଠି ହିଁ ଟଳିପଡିଲେ ଯୁବକ । ପାଖରେ ଠିଆ ହୋଇଥିବା ଲୋକେ ଯୁବକଙ୍କୁ ଉଠାଇଥିଲେ । ଏବଂ ତୁରନ୍ତ ତାଙ୍କୁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏପରି ଏକ ଘଟଣା ଘଟିଛି ଆନ୍ଧ୍ରପ୍ରଦେଶର କୁନ୍ନୁଲ ଜିଲ୍ଲାରେ ।
ସୂଚନାମୁତାବକ, ଭାମସୀ ନାମକ ଯୁବକ ସାଙ୍ଗ ବିବାହ ପାଇଁ ସୁଦୂର ବାଙ୍ଗାଲୁରୁରୁ ଆସିଥିଲେ ଆନ୍ଧ୍ରପ୍ରଦେଶ । ମୃତ ଯୁମକ ଜଣଙ୍କ ଆମାଜନ୍ର ଜଣେ କର୍ମଚାରୀ ଥିଲେ । କେବଳ ନିଜ ସାଙ୍ଗର ବିବାହ ଉତ୍ସବରେ ଯୋଗଦେବାକୁ ସେ ବାଙ୍ଗାଲୁରୁର ବାହାରି କୁନ୍ନୁଲରେ ପହଞ୍ଚିଥିଲେ । କିନ୍ତୁ କିଏ ଜାଣିଥିଲା ମୃତ୍ୟୁ ତାଙ୍କୁ ଏମିତି ଗ୍ରାସ କରିବ ବୋଲି । ବରକନ୍ୟାଙ୍କୁ ଉପହାର ଦେବା ସମୟରେ ଚାଲିଗଲା ଭାମସୀଙ୍କ ଜୀବନ । ସେହି ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଜୋରରେ ଭାଇରାଲ ହେବାରେ ଲାଗିଛି ।