କନକ ବ୍ୟୁରୋ : ବାବୁଙ୍କ ଘରେ ପୁଳା ପୁଳା ଟଙ୍କା। କୋଟିଏରୁ ଅଧିକ ଟଙ୍କା ଜବତ। ମାଲକାନଗିରି ଜିଲ୍ଲା ଜଳ ସମ୍ପଦ ବିଭାଗର ପ୍ରକଳ୍ପ ନିର୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ଘରେ ଭିଜିଲାନ୍ସ ରେଡ୍ବେଳେ ପୁଳା ପୁଳା ଟଙ୍କା ଜବତ ହୋଇଛି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଚଢାଉ ଶାନ୍ତନୁଙ୍କ ବିଭିନ୍ନ ଠିକଣାରେ ଚଢ଼ାଉ। ଜୟପୁର ପାଓ୍ବାର ହାଉସ ଘର ସମେତ ଅନ୍ୟ ସ୍ଥାନରେ ବି ଚାଲିଛି ରେଡ୍। ତେବେ ବାବୁଙ୍କ ଜୟପୁର ସ୍ଥିତ ଘରୁ କୋଟିଏରୁ ଅଧିକ ନଗଦ ଟଙ୍କା ଠାବ ହୋଇଛି। ଏକାକାଳୀନ ୯ ଟି ସ୍ଥାନରେ ଚାଲିଛି ଚଢାଉ ଚାଲିଛି। ଜୟପୁର ଘରର ଆସବାବପତ୍ର ଦେଖି ଭିଜିଲାନ୍ସ ତାଜୁବ । ମାଲକାନଗିରି, ଭୁବନେଶ୍ୱର, କଟକରେ ବି ଚାଲିଛି ରେଡ୍ । ମାଲକାନଗିରିର ୪ଟି ସ୍ଥାନ ରେଡ କରୁଛି ଭିଜିଲାନ୍ସ ଟିମ।
ମାଲକାନଗିରି ଜଳ ବିଭାଗ ପ୍ରକଳ୍ପର ନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ । ପିଡି ଶାନ୍ତୁନ ମହାପାତ୍ରଙ୍କ ଘରୁ କୋଟିଏରୁ ଅଧିକ ନଗଦ ଟଙ୍କା ଜବତ
ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଚଢାଉ ଶାନ୍ତନୁଙ୍କ ବିଭିନ୍ନ ଠିକଣାରେ ଚଢ଼ାଉ। ଜୟପୁର ପାଓ୍ବାର ହାଉସ ଘର ସମେତ ଅନ୍ୟ ସ୍ଥାନରେ ବି ଚାଲିଛି ରେଡ୍। ତେବେ ବାବୁଙ୍କ ଜୟପୁର ସ୍ଥିତ ଘରୁ କୋଟିଏରୁ ଅଧିକ ନଗଦ ଟଙ୍କା ଠାବ ହୋଇଛି। ଏକାକାଳୀନ ୯ ଟି ସ୍ଥାନରେ ଚାଲିଛି ଚଢାଉ ଚାଲିଛି।
/kanak/media/media_files/2025/02/05/VqySeGTZJtX47F95G7DG.jpg)