କନକ ବ୍ୟୁରୋ:  କାଳୀପୂଜା ଜମୁଛି ମେଳା । ବହୁ ସଂଖ୍ୟକ ଶ୍ରଦ୍ଧାଳୁ ମଣ୍ଡପରେ ମା କାଳୀଙ୍କ ମୃଣ୍ମୟୀ ମୂର୍ତ୍ତି ଦର୍ଶନ କରିବା ସହ ମେଳାର ମଜା ନେଉଛନ୍ତି । ଏଥର ମା ଙ୍କ ମୂର୍ତ୍ତି ଓ ପାର୍ଶ୍ଵ ମୂର୍ତ୍ତି ସହ ଦର୍ଶକ ଙ୍କୁ ଆକୃଷ୍ଟ କରୁଛି ସ୍ଵତନ୍ତ୍ର ତୋରଣ । ଭଦ୍ରକ ଜିଲ୍ଲା ର ଐତିହାସିକ କାଳୀପୂଜାରେ ସ୍ଵର୍ଣ୍ଣ ମନ୍ଦିର ଓ ବାଉଁଶ ପାତିଆରେ ନିର୍ମିତ ତୋରଣ ମୁଖ୍ୟ ଆକର୍ଷଣ ପାଲଟିଛି ।

Advertisment

କଟକରେ ଦୁର୍ଗା ପୂଜା ଭଳି କାଳୀ ପୂଜା ହେବ । ଏସଆରସିଙ୍କ ଗାଇଡଲାଇନ ଅନୁଯାୟୀ ହେବ ପୂଜା । ଡିସିପି ପ୍ରତୀକ ସିଂଙ୍କ ସୂଚନା

ଭଦ୍ରକରେ ଜମୁଛି ଐତିହାସିକ କାଳୀପୂଜା । ମାଆଙ୍କ ସୁନ୍ଦର ମୃଣ୍ମୟୀମୂର୍ତ୍ତି ସହ ତୋରଣ ଗୁଡ଼ିକ ଶ୍ରଦ୍ଧାଳୁଙ୍କୁ ଆକୃଷ୍ଟ କରୁଛି । ଏରେଇଁ ସ୍ଥିତ ସାର୍ବଜନୀନ କାଳୀପୂଜା କମିଟି ସ୍ଵର୍ଣ୍ଣ ମନ୍ଦିର ଆକୃତିର ତୋରଣ କରିଛି। ଲୋକମାନେ ତୋରଣ ଦେଖି ଏହାକୁ ପ୍ରସ୍ତୁତ କରିଥିବା କାରିଗରଙ୍କୁ ପ୍ରଶଂସା କରୁଛନ୍ତି । କମିଟି ମଣ୍ଡପ ଠାରୁ ୧ କିମି ପର୍ଯ୍ୟନ୍ତ ଆଲୋକ ସାଜସଜ୍ଜା କରାଯାଇଛି ।

କାଳୀ ପୂଜାକୁ ନେଇ ଚଳଚଞ୍ଚଳ ଭଦ୍ରକ: ଆଜି ବେଦମାତା ବେଶରେ ଦର୍ଶନ ଦେବେ ଅଧିଷ୍ଠାତ୍ରୀ ଦେବୀ ମାଆ ଭଦ୍ରକାଳୀ

ସ୍କୁଲ ରୋଡ ପୂଜା ମଣ୍ଡପରେ ମନମୋହୁଛି ବାଉଁଶ ପାତିଆ ତୋରଣ । ଏଠାରେ ଶୃଙ୍ଖଳିତ ଦର୍ଶନ ପାଇଁ ମହିଳା ଓ ପୁରୁଷ ଶ୍ରଦ୍ଧାଳୁଙ୍କ ପାଇଁ ସ୍ବତନ୍ତ୍ର ଧାଡ଼ି ବ୍ୟବସ୍ଥା ହୋଇଛି । ଏହାଛଡ଼ା ସିସିଟିଭି କ୍ୟାମେରାରେ ସ୍ଵତନ୍ତ୍ର ନଜର ରଖା ଯାଇଛି ।  ରାଜ୍ୟର ଅନ୍ୟ ଜିଲ୍ଲାରେ ମଧ୍ୟ କାଳିପୂଜା ଅନୁଷ୍ଠିତ ହେଉଛି। ହେଲେ ଭଦ୍ରକରେ ଏହାକୁ ମହାଆଡମ୍ବରରେ ପାଳନ କରାଯାଇଥାଏ ।