କନକ ବ୍ୟୁରୋ: ଅବକାରୀ ବିଭାଗରେ ଖତ ଖାଉଛି ଜବତ ଗାଡ଼ି । ବର୍ଷ ବର୍ଷ ବିତିଯାଉଛି, ମାଲିକଙ୍କୁ ହସ୍ତାନ୍ତର ହୋଇପାରୁନି । ଗାଡ଼ି ପରିମାଣ ଏତେ ହେଲାଣି ଯେ ଅବକାରୀ କାର୍ଯ୍ୟାଳୟରେ ରଖିବାକୁ ଆଉ ଜାଗା ନାହିଁ । ଉପରେ ଉପରେ ଗଦା ହୋଇ ହେଲାଣି ଗାଡ଼ିର ପାହାଡ଼ । ଦାମୀ ବାଇକ୍ରେ ଲାଗି ଗଲାଣି ଧୂଳି । ପାହାଡ଼ ପରି ଗଦା ହୋଇ ରହିଛି କାର୍, ଅଟୋ ସମେତ ଅନେକ ଚାରିଚକିଆ ଗାଡ଼ି । ଏ ହେଉଛି ବାଲେଶ୍ବର ଅବକାରୀ କାର୍ଯ୍ୟାଳୟର ଖବର । ଜଗତ ଗାଡ଼ି ସବୁ ଏମିତି ପଡ଼ିରହିଛି । କେଉଁଠି ମାଡ଼ି ଗଲାଣି ଅନାବନା ଗଛ ତ କାହାର ଦାମୀ ଯନ୍ତ୍ରାଂଶରେ କଳଙ୍କି ଲାଗିଗଲାଣି । ଜବତ ଗାଡ଼ିର ପରିମାଣ ଏତେ ବଢ଼ିଲାଣି ଯେ ଏସବୁକୁ ରଖିବାକୁ ବି ଆଉ ଜାଗା ନାହିଁ ।
ଖାଲି କାର୍ଯ୍ୟାଳୟ ନୁହେଁ, କାର୍ଯ୍ୟାଳୟ ବାହାରେ ଥିବା ରାସ୍ତା ବି ଗାଡ଼ିରେ ଭର୍ତ୍ତି ହୋଇଗଲାଣି । ଏପରିକି କାର୍ଯ୍ୟାଳୟକୁ ଯିବାକୁ ବି ରାସ୍ତା ନାହିଁ । ନିଶା କାରବାର ମାମଲାରେ ଅନେକ ଗାଡ଼ି ଜବତ ହେଉଛି । ଏଥିମଧ୍ୟରୁ ଅନେକ ଚୋରା ଗାଡ଼ି ବି ରହିଛି । ଗାଡ଼ି ଚୋରି ହେବା ପରେ ଗାଡ଼ି ମାଲିକମାନେ ଥାନାରେ ଅଭିଯୋଗ କରୁଛନ୍ତି । ମାତ୍ର ଜବତ ହେବା ପରେ ଗାଡ଼ି ମିଳିବାରେ ହେଉଛି ବିଳମ୍ବ । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଗାଡ଼ି ମାଲିକ । ଏଠି ପ୍ରଶ୍ନ ଉଠୁଛି, କାହିଁକି ବର୍ଷ ବର୍ଷ ଧରି ଗାଡ଼ିଗୁଡିକୁ ପକାଇ ରଖି ନଷ୍ଟ କରାଯାଉଛି? କାହିଁକି ମାଲିକମାନଙ୍କୁ ଶୀଘ୍ର ଗାଡ଼ି ହସ୍ତାନ୍ତର କରାଯାଇପାରୁନି ?
ଅଧିକ ପଢ଼ନ୍ତୁ--ଏଏନଏମ୍ ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ ପରେ ବାତିଲ, ବାଚସ୍ପତିଙ୍କ ରୁଲିଂ ଦାବି କରି ବିରୋଧୀଙ୍କ ହଟ୍ଟଗୋଳ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/12/05/odisha-2025-12-05-18-52-27.jpg)