୮୨ ବର୍ଷ ଧରି ଚାଲିଛି ନିଆରା ପରମ୍ପରା । ଥାନାରେ ସାଧାରଣ ଲୋକଙ୍କ ସହ ହୋଲି ଖେଳନ୍ତି ପୋଲିସ ବାବୁ

ଦୀର୍ଘ ୮୨ବର୍ଷ ଧରି ପାରମ୍ପରିକ ରୀତିନୀତି ଅନୁସାରେ ଚାଲିଛି ରଙ୍ଗ ଖେଳ। ବ୍ରିଟିଶ ଶାସନ ସମୟରେ ଗୋରା ସରକାରଙ୍କ ପୋଲିସକୁ ବିରୋଧ କରି ସ୍ଥାନୀୟ ସଂଗ୍ରାମୀମାନେ ଥାନାକୁ ପୋଡି ଦେଇଥିଲେ।

òKòKþqKþq

òKþqKZþ Photograph: (òþòþZKþqþ)

କନକ ବ୍ୟୁରୋ : ଥାନାରେ ଫଗୁ ମିଳନ। ପାରମ୍ପରିକ ରୀତିନୀତି ଅନୁଯାଇ ଥାନାରେ ଫଗୁ ମିଳନ ସହ ମୁନସୀ ମିଳନ। ସାଧାରଣ ଲୋକଙ୍କ ସହିତ ଥାନାରେ ରଙ୍ଗ ଖେଳିଥାନ୍ତି ପୋଲିସ ବାବୁ। ଏଭଳି ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଭଣ୍ଡାରିପୋଖରୀ ଥାନାରେ। ଦୀର୍ଘ ୮୨ବର୍ଷ ଧରି ପାରମ୍ପରିକ ରୀତିନୀତି ଅନୁସାରେ ଚାଲିଛି ରଙ୍ଗ ଖେଳ। ବ୍ରିଟିଶ ଶାସନ ସମୟରେ ଗୋରା ସରକାରଙ୍କ ପୋଲିସକୁ ବିରୋଧ କରି ସ୍ଥାନୀୟ ସଂଗ୍ରାମୀମାନେ ଥାନାକୁ ପୋଡି ଦେଇଥିଲେ। ପରବର୍ତୀ ସମୟରେ ପୁଲିସ ଓ ଜନ ସାଧାରଣଙ୍କ ମଧ୍ୟରେ ସମ୍ପର୍କର ସେତୁ ବାନ୍ଧିବା ପାଇଁ ଏହି ନିଆରା ପରମ୍ପରା ଏକ ମାଧ୍ୟମ। ରାଧାକୃଷ୍ଣ ବିମାନ ସହ ସ୍ଥାନୀୟ ଅଞ୍ଚଳର ଶହଶହ ଲୋକମାନେ ଥାନାରେ ପହଞ୍ଚି ପୁଲିସ କର୍ମଚାରୀଙ୍କ ସହ ରଙ୍ଗ ଲଗାଇ ପରସ୍ପରକୁ ଆଲିଙ୍ଗନ କରିଥାନ୍ତି। ଏହି ନିଆରା ରଙ୍ଗ ଖେଳ ଦେଖିବାକୁ ଆଖପାଖ ଶତାଧିକ ଲୋକେ ଭଣ୍ଡାରିପୋଖରୀ ଥାନାରେ ପହଞ୍ଚିଥାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe