କନକ ବ୍ୟୁରୋ : ନିଆରା ଢଙ୍ଗର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ । ନିଜ ଅଞ୍ଚଳରେ ଅନୁଷ୍ଠିତ କ୍ରିକେଟ ମ୍ୟାଚକୁ ଆକର୍ଷଣୀୟ କରିବା ପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି । ବାରିପଦା ସହର ତୁଳସୀଚୌରା ଠାରେ ଗୋଶାଳା କ୍ରିକେଟ କପ୍-୨୦୨୫ ଅନୁଷ୍ଠିତ ହେଉଛି । ଫ୍ରେଣ୍ଡସ୍ କ୍ଲବ ଓ ଶ୍ରୀଦୁର୍ଗା ସ୍ପୋଟିଂ କ୍ଲବ୍ ମିଳିତ ଭାବରେ ଏହି ପ୍ରିମିୟର ଲିଗ୍ ଆରମ୍ଭ କରିଛନ୍ତି । ୧୫ତାରିଖରୁ ଆରମ୍ଭ ହୋଇଥିବା ଏହି ଲିଗ୍ ମ୍ୟାଚ ୨୭ ତାରିଖରେ ଫାଇନାଲ୍ ମ୍ୟାଚ ଖେଳାଯିବ। ଉଦଘାଟନୀ ଉତ୍ସବକୁ ସ୍ମରଣୀୟ କରିବା ପାଇଁ ଅମ୍ବିକା ମନ୍ଦିର ଠାରୁ ପୂଜାର୍ଚ୍ଚନା କରି ମଶାଲ ଯାତ୍ରାରେ ଶଗଡ଼ରେ ଖେଳାଳୀଙ୍କୁ ବସାଇ ପଡ଼ିଆକୁ ଅଣାଯାଇଥିଲା ।

Advertisment

 
ସବୁଠାରୁ ବଡକଥା ହେଲା ଏହାର ଟ୍ରଫିରେ ଗୋମାତାଙ୍କ ପ୍ରତିକୃତି ତଥା ସନାତନୀ ହିନ୍ଦୁ ଧର୍ମର ପ୍ରତିକ କାମଧେନୁକୁ ସ୍ଥାନ ଦିଆଯାଇଛି। ଚାମ୍ପିଅୟ ଦଳ ପାଇଁ ୨ ଲକ୍ଷ ଟଙ୍କା ପୁରସ୍କାର ରହିଥିବା ବେଳେ ରନର୍ସଅପ୍ ଦଳକୁ ମିଳିବ ଦେଢ଼ ଲକ୍ଷ ଟଙ୍କା। ଏହି ଲିଗ୍ ମ୍ୟାଚ୍ ମୟୂରଭଞ୍ଜ ଜିଲ୍ଲାର ସବୁଠାରୁ ବଡ ଧରଣର ଆୟୋଜନ ବୋଲି କୁହାଯାଉଛି । କ୍ରିକେଟ୍ ମ୍ୟାଚ୍‌ ପାଇଁ ଏଭଳି ଏକ ନିଆରା ଚିନ୍ତାଧାରା' ସନାତନ ଧର୍ମୀଙ୍କ ମନରେ ଗୋମତାଙ୍କ ପ୍ରତି ରହିଥିବା ଭକ୍ତିଭାବକୁ ଜାଗ୍ରତ କରିଛି । ସମଗ୍ର ମୟୂରଭଞ୍ଜ ଜିଲ୍ଲାରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।