କନକ ବ୍ୟୁରୋ: ଏଣିକି ସବୁ ରାଜ୍ୟରେ ପୁଲିସ ପିନ୍ଧିବେ ସମାନ ପୋଷାକ । ଏକ ଦେଶ, ଏକ ପୁଲିସ ୟୁନିଫର୍ମ ନୀତି ଶୀଘ୍ର ଭାରତ ସାରା କାର୍ଯ୍ୟକାରୀ ହେବ । ବିଭିନ୍ନ ରାଜ୍ୟରେ ଆଉ ଅଲଗା ଅଲଗା ପୁଲିସ ୟୁନିଫର୍ମ ରହିବ ନାହିଁ । ଏନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ  ଓଡ଼ିଶା ସହିତ ୧୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ପୁଲିସ ପୋଷକ ଉପରେ ସୂଚନା ମାଗିଛନ୍ତି । 

Advertisment

ରାଙ୍କ ଅନୁଯାୟୀ, ପୁଲିସ ଅଧିକାରୀ ଓ କର୍ମଚାରୀଙ୍କ କ’ଣ ପୋଷାକ ପିନ୍ଧୁଛନ୍ତି ସେ ସମ୍ପର୍କରେ ତଥ୍ୟ ମଗାଯାଇଛି । ଏଥିସହ ପୋଷକର ଦାମର ମଧ୍ୟ ତଥ୍ୟ ଦେବାକୁ କୁହାଯାଇଛି । ଓଡ଼ିଶା ସହ ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ଆସାମ, ଗୋଆ, ହିମାଚଳ ପ୍ରଦେଶ, ଝାଡ଼ଖଣ୍ଡ, କେରଳ, ମଣିପୁର, ମେଘାଳୟ, ନାଗାଲ୍ୟାଣ୍ଡ, ଓଡ଼ିଶା, ସିକ୍କିମ, ତେଲେଙ୍ଗାନା, ତ୍ରିପୁରା, ଉତ୍ତରାଖଣ୍ଡ ଏବଂ ପଶ୍ଚିମବଙ୍ଗ ଡିଜିପିଙ୍କୁ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ମନ୍ତ୍ରଣାଳୟ ସମସ୍ତ ରାଜ୍ୟକୁ ନଭେମ୍ବର ୪ ତାରିଖ ସୁଦ୍ଧା ଆବଶ୍ୟକୀୟ ସୂଚନା ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କେନ୍ଦ୍ରର ଚିଠି ପରେ ଡିଜିପି କଣ୍ଟ୍ରୋଲ ରୁମ୍ ରାଜ୍ୟ ପୁଲିସ ହେଡକ୍ୱାର୍ଟରକୁ ଆବଶ୍ୟକୀୟ ବିବରଣୀ ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।