ଜଳିଗଲା ଡାଲି ବୋଝେଇ ଟ୍ରକ, ପାଉଁଶ ହୋଇଗଲା ଲକ୍ଷାଧିକ ଟଙ୍କାର ଡାଲି

Advertisment

ଡାଲି ବୋଝେଇ ଟ୍ରକରେ ଲାଗିଲା ନିଆଁ। ପୋଡି ପାଉଁଶ ହୋଇଗଲା ଲକ୍ଷାଧିକ ଟଙ୍କାର ଡାଲି । ନିଆଳି ଫୁଲନଖରା ୬୦ ନମ୍ବର ରାଜ୍ୟ ରାଜପଥ ଅମଣାକୁଦ ଛକରେ ଏଭଳି ଘଟଣା

ଡାଲି ବୋଝେଇ ଟ୍ରକରେ ଲାଗିଲା ନିଆଁ। ପୋଡି ପାଉଁଶ ହୋଇଗଲା ଲକ୍ଷାଧିକ ଟଙ୍କାର ଡାଲି । ନିଆଳି ଫୁଲନଖରା ୬୦ ନମ୍ବର ରାଜ୍ୟ ରାଜପଥ ଅମଣାକୁଦ ଛକରେ ଏଭଳି ଘଟଣା

dali

କନକବ୍ୟୁରୋ : ଡାଲି ବୋଝେଇ ଟ୍ରକରେ ଲାଗିଲା ନିଆଁ । ପୋଡି ପାଉଁଶ ହୋଇଗଲା ଲକ୍ଷାଧିକ ଟଙ୍କାର ଡାଲି । ନିଆଳି ଫୁଲନଖରା ୬୦ ନମ୍ବର ରାଜ୍ୟ ରାଜପଥ ଅମଣାକୁଦ ଛକରେ ଏଭଳି ଘଟଣା ଘଟିଛି । ରାୟପୁରରୁ କୋଣାର୍କ ଯାଉଥିଲା ଏହି ଡାଲି ବୋଝେଇ ଟ୍ରକ୍  । ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଂଚି ନିଆଁକୁ ଆୟତ କରିଛନ୍ତି । 

ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।  ରାତି ପ୍ରାୟ ୪ଟା ୩୦ ମିନିଟ ସମୟରେ ଟ୍ରକ ପଛପଟୁ ନିଆଁ ବାହାରୁ ଥିବାରୁ ଟ୍ରକ ଚାଳକ ଆମଣାକୁଦ ଛକରେ ଯାଣିବାକୁ ପାଇ ଗାଡିରୁ ଓହ୍ଲାଇ ପଡିଥିଲେ ।

ପ୍ରଥମେ ନିଆଳି ଅଗ୍ନିଶମ କର୍ମଚାରୀ ଓ ପରେ ଅଡଶପୁର ଅଗ୍ନିଶମ କର୍ମଚାରୀଙ୍କୁ ଖବର ଦିଆଯାଇଥିଲା  । ୨ଟି ଦଳକମ କର୍ମଚାରୀ ପହଁଚି ନିଆଁକୁ ଆୟତ କରିଛନ୍ତି । ଟ୍ରକରେ କିପରି ଲାଗିଲା ନିଆଁ କାରଣ ଅସ୍ପଟ ରହିଛି । ରାସ୍ତା ଉପରେ ପ୍ରବଳ ଧୁଆଁ ବାହାରୁଥିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଥିଲା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe